Latest Odisha News

BREAKING NEWS

ପରମାଣୁ ବନେଇଥାନ୍ତା ଇରାନ୍, ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍: ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି….

ନୂଆଦିଲ୍ଲୀ: ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଉପରେ ବଡ ଆକ୍ରମଣ । ଆଉ ସତକୁ ସତ ଇରାନ ଉପରେ ବଡ ଡ୍ରୋନ୍ ଆକ୍ରମଣ କରିଛି ଇସ୍ରାଏଲ୍ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଶୁକ୍ରବାର ସକାଳେ ଇରାନର ରାଜଧାନୀ ତେହେରାନ ଉପରେ ବଡ ଆକ୍ରମଣ କରିଛି। ତେହେରାନର ଅନେକ ସ୍ଥାନରୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଇସ୍ରାଏଲୀ ବାୟୁସେନା ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ ଘାଟିକୁ ଟାର୍ଗେଟ କରି ଡ୍ରୋନ୍ ମାଡ କରିଛି । ଇସ୍ରାଏଲ ଏହି ଅପରେସନକୁ ‘ନେସନ୍ ଅଫ୍ ଲାୟନ୍ସ’ ନାମ ଦେଇଛି ।

ପରମାଣୁ ବନେଇପାରିବନି ଇରାନ୍…

ପରମାଣୁ ଦେଶ ତାଲିକାରେ ଯୋଡିହେବାକୁ ପ୍ରୟାସ ଆରମ୍ଭ କରିଥିଲା ଇରାନ୍ । ଯାହାକୁ ନେଇ ସତର୍କ କରାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ୍ ପରମାଣୁ ଅସ୍ତ୍ର ବନେଇପାରିବ ନାହିଁ । ଆମେରିକା ତାକୁ ବନେଇବାକୁ ଦେବ ନାହିଁ । ଯଦି ଇରାନ୍ ଚେଷ୍ଟା କରେ ତେବେ ବଡ ଆକ୍ରମଣ ହେବ ବୋଲି ଗୁରୁବାର ଚେତାଇ ଦେଇଥିଲେ ଟ୍ରମ୍ପ । ଆଉ ଆଜି ସକାଳୁ ସକାଳୁ ଇରାନର ରାଜଧାନୀ ତେହରାନ ଉପରେ ବଡ ଡ୍ରୋନ୍ ଆକ୍ରମଣ କରିଛି ଇସ୍ରାଏଲୀ ସେନା । ଏନେଇ ଆଇଡିଏଫ କହିଛି ଯେ ଇରାନ ପରମାଣୁ ବୋମା ତିଆରି କରିବା ପାଇଁ ଯଥେଷ୍ଟ ୟୁରାନିୟମ ସଂଗ୍ରହ କରୁଛି। ତେଣୁ, ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇସ୍ରାଏଲୀ ସେନା ମୁଖପାତ୍ର ବିଜି ଏଫି ଡ୍ରଫିନ୍ କହିଛନ୍ତି ଯେ ଇରାନ ପରମାଣୁ ବୋମା ତିଆରି କରିବାର ବହୁତ ନିକଟତର। ଇରାନ ଶାସନକୁ ପରମାଣୁ ବୋମା ବିକଶିତ କରିବାରୁ ରୋକିବା ପାଇଁ ଆଇଡିଏଫ୍ ଆଜି ସକାଳେ ଇରାନ ପରମାଣୁ କାର୍ଯ୍ୟକ୍ରମକୁ ଲକ୍ଷ୍ୟ କରି ସଠିକ୍ ଆକ୍ରମଣ ଆରମ୍ଭ କରିଛି ।

ଇରାନ୍ ଆର୍ମି ଚିଫ୍ ମୃତ!

ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା ଲକ୍ଷ୍ୟରେ, ୨୦୦ରୁ ଅଧିକ ଲୁଢୁଆ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ‘ଅପରେସନ୍ ରାଇଜିଂ ଲାୟନ୍’ ଆରମ୍ଭ କରିଛି । ଯାହାର ପ୍ରଭାବରେ ବିସ୍ଫୋରଣରେ ଚମକି ପଡିଥିଲେ ତେହରାନବାସୀ । ପଶ୍ଚିମ ତେହେରାନର ଚିଟଗର ଅଞ୍ଚଳରୁ ଧୂଆଁ ଉଠିଥିବା ଦେଖାଯାଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ପ୍ରାରମ୍ଭିକ ଆକ୍ରମଣର କିଛି ଘଣ୍ଟା ପରେ, ରାଜଧାନୀରୁ ପ୍ରାୟ ୨୨୫ କିଲୋମିଟର ଦକ୍ଷିଣରେ ଅବସ୍ଥିତ ନାଟାଞ୍ଜ ପରମାଣୁ କେନ୍ଦ୍ରରେ ଏକ ବିସ୍ଫୋରଣ ଘଟିଛି । ଇସ୍ରାଏଲ ସାରା ଦେଶରେ ଆକ୍ରମଣ ଆରମ୍ଭ କରିବା ପରେ ତେହେରାନର ଆବାସିକ ଅଞ୍ଚଳଗୁଡ଼ିକ ପ୍ରଭାବିତ ହୋଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ଇରାନର ପ୍ରମୁଖ ପରମାଣୁ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଏବଂ ଅନ୍ୟାନ୍ୟ ଘାଟି ଉପରେ ଆକ୍ରମଣ କରାଯାଇଛି। ଏଥିସହିତ ଏହାବି ଦାବି କରିଛି ଯେ ଇସ୍ରାଏଲୀ ଆକ୍ରମଣରେ ଇରାନର ସଶସ୍ତ୍ର ବାହିନୀର ମୁଖ୍ୟ ମେଜର ଜେନେରାଲ ମହମ୍ମଦ ବାଘେରିଙ୍କ ମୃତ୍ୟୁ ହୋଇଛି । ଇରାନୀ ସେନା ମୁଖ୍ୟ ଏବଂ ବରିଷ୍ଠ ପରମାଣୁ ବୈଜ୍ଞାନିକଙ୍କ ସମେତ ଇରାନୀ ସାମରିକ ନେତୃତ୍ୱଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏନେଇ ଇରାନିଆନ୍ ଷ୍ଟେଟ୍ ଟିଭି ସ୍ପଷ୍ଟ କରିଛି । ଯାହା ତେହେରାନ ପାଇଁ ଏକ ବଡ଼ ଆଘାତ।

ଚୁପ୍ ବସିବନି ଇରାନ୍

ଇରାନ୍ ଉପରେ ଇସ୍ରାଏଲର ଆକ୍ରମଣ ପରେ ଏବେ ଚୁପ୍ ବସିବନି ଇରାନ୍ । ଇସ୍ରାଏଲୀ ସୂତ୍ରଗୁଡ଼ିକ କହିଛନ୍ତି ଯେ ଇରାନ ପକ୍ଷରୁ ଏକ ବଡ଼ ପ୍ରତିଶୋଧ ହୋଇପାରେ ଏବଂ ଇସ୍ରାଏଲ ଏଥିପାଇଁ ପ୍ରସ୍ତୁତ ଅଛି । ଏନେଇ ଇସ୍ରାଏଲ କହିଛି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ଆକ୍ରମଣ ସତର୍କତାମୂଳକ ଭାବରେ କରାଯାଇଛି। ଆକ୍ରମଣ ପରେ, ଇସ୍ରାଏଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆକାଶପଥ ବନ୍ଦ କରିଦିଆଯାଇଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଦେଶରେ ଏକ ସ୍ୱତନ୍ତ୍ର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଇରାନ ପ୍ରତିଶୋଧ ସ୍ୱରୂପ ଇସ୍ରାଏଲକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିପାରେ। ଏଥିସହିତ ଇରାନର ସମ୍ଭାବ୍ୟ ପ୍ରତିଶୋଧମୂଳକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି, ଆଇଡିଏଫ ସମଗ୍ର ଇସ୍ରାଏଲରେ ସତର୍କୀକରଣ ସାଇରନ୍ ବଜାଇଛି ।

ଅନ୍ୟପଟେ ଭାରତ ମଧ୍ୟ ସତର୍କ ହୋଇଯାଇଛି । ଇସ୍ରାଏଲ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ, ଦୁଇ ଦେଶ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି, ସରକାର ଇରାନ ଏବଂ ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି। ଇରାନରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏହି ପରାମର୍ଶ ଜାରି କରିଛି ।

ଡର୍ଟି ଗେମ୍ ଖେଳୁଛି ଆମେରିକା….

ପୁଣି ଏବେ ଆଉ ଏକ ଯୁଦ୍ଧ ଆଶଙ୍କା ଦେଖାଦେଇଛି । ଆଉ ଏଥିରେ ପୁଣି ଆମେରିକାର ପୁରୁଣା ଖେଳ ସାମ୍ନାକୁ ଆସିଛି । କଳହ ପାଇଁ ଟେହି ଦେଇ ପଛ ଘୁଞ୍ଚା ଦେବା । ପୂର୍ବରୁ ଇରାନକୁ ବାରମ୍ବାର ଚେତାବନୀ ଦେଉଥିବା ଆମେରିକା, ଏବେ ଇସ୍ରାଏଲ ଆକ୍ରମଣରେ ତାହାର କିଛି ଭୂମିକା ଥିବା ସମ୍ପୂର୍ଣ୍ଣ ଖଣ୍ଡନ କରିଛି । ଆମେରିକା କହିଛି ଯେ ଇରାନ ଉପରେ ଆକ୍ରମଣର ଏହି ଯୋଜନାରେ ଇସ୍ରାଏଲ ସହିତ ଜଡିତ ନୁହେଁ ବୋଳଇ ମାର୍କୋ ରୁବିଓ କହିଛନ୍ତି। ଇରାନ ଉପରେ ଇସ୍ରାଏଲର ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନା ଏକ ନୂତନ ସ୍ତରରେ ପହଞ୍ଚିଛି। ଆଉ ସେପଟେ ନେତନ୍ୟାହୁ ତାଙ୍କ ଭାଷଣରେ ଇସ୍ରାଏଲର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଇସ୍ରାଏଲ ଏବଂ ଆମେରିକା ସାମ୍ପ୍ରତିକ ବର୍ଷଗୁଡ଼ିକରେ ବାରମ୍ବାର କହିଛନ୍ତି ଯେ ସେମାନେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦେବେ ନାହିଁ। ଏହା ଉପରେ ବର୍ଦ୍ଧିତ ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ଏବେ ଇରାନ ଉପରେ ଆକ୍ରମଣ କରିଛି ।

Comments are closed.