Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ।

ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ ପ୍ରସ୍ତୁତ ଜର୍ସି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପିନ୍ଧିବ। କାରଣ ଆଇସିସି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳର ଜର୍ସିରେ ଆୟୋଜକ ଦେଶର ନାମ ଲେଖାଯାଇଥାଏ ଏବଂ ଏଥର ପାକିସ୍ତାନର ନାମ ମଧ୍ୟ ରହିବ। କାରଣ ଚଳିତ ଥର ଆୟୋଜକ ରହିଛି ପାକିସ୍ତାନ।

ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚା ହେଉଥିଲା ​​ଯେ ଭାରତୀୟ ଦଳର ଜର୍ସିରେ ପାକିସ୍ତାନର ନାମ ଲେଖାଯିବ ନାହିଁ। ଯଦିଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଦେଶ ରହିଥିଲା। ତେବେ ସୁରକ୍ଷା କାରଣ ଦର୍ଶାଇ ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। ଯାହା ପରେ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା।

ଭାରତ ଗ୍ରୁପ୍ ‘ଏ’ର ଅଂଶ। ଯେଉଁଥିରେ ଭାରତ, ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜଲ୍ୟାଣ୍ଡ ରହିଛି। ଫେବୃଆରୀ ୧୯ରୁ ଆରମ୍ଭ ହେଉଛି ଏହି ଟୁର୍ଣ୍ଣାମେଣ୍ଟ। ୨୦ ଫେବୃଆରୀରେ ଭାରତ-ବାଂଲାଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଅପରପକ୍ଷରେ ଟିମ୍ ଇଣ୍ଡିଆ ଫେବୃଆରୀ ୨୩ରେ ପାକିସ୍ତାନକୁ ଭେଟିବ।

Comments are closed.