Latest Odisha News

BREAKING NEWS

ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ମନା କଲେ ବିରାଟ, ଫ୍ୟାନ୍ସ କଲେ ସମାଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ସ୍ପଷ୍ଟ ଭାବେ ମନା କରୁଥିବା ଦେଖାଯାଉଛି। ଏନେଇ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ପ୍ରଶ୍ନ କରିଛନ୍ତି, ଆମର ଏବଂ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ଯବାନଙ୍କ ସହ ସେଲଫି ନେଇଥିଲେ  କ’ଣ ହୋଇ ଯାଇଥାନ୍ତା? ତାଙ୍କୁ ରୋହିତ ଶର୍ମାଙ୍କଠାରୁ ଶିଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଶଂସକ ।

https://x.com/sunilpathakram/status/1881531361896620361

ଏହି ଭାଇରାଲ ଭିଡିଓ ମୁମ୍ବାଇର। ଯେଉଁଠାରେ ବିରାଟ କୋହଲି  କାରରୁ ଓହ୍ଲାଇ କିଛି ପାଦ ଚାଲିବା ପରେ ଅଟକି ଯାଇଥିଲେ। ଯେଉଁଠାରେ ସେ ଅଟକି ଥିଲେ, ସେଠାରେ ଠିଆ ହୋଇଥିବା ଜଣେ ଭାରତୀୟ ଯବାନ ନିକ ମୋବାଇଲ୍ ବାହାର କରି ସେଲଫି ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିରାଟ ନିଜ ହାତ ଠାରରେ ମନା କରି ଦେଇଥିଲେ ।

 

https://x.com/time__square/status/1881595276760388013

ବର୍ତ୍ତମାନ, ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଜଣେ ସେନା ଅଧିକାରୀଙ୍କ ସହ ନଜର ଆସିଛନ୍ତି। ଦେଶର ଜଣେ ଯବାନଙ୍କ ସହ ରୋହିତ ବହୁତ ନମ୍ରତାର ସହିତ ଫଟୋ ଉଠେଇଛନ୍ତି । ବିରାଟ ତାହା କରିନାହାଁନ୍ତି। ରୋହିତଙ୍କ ଠାରୁ ବିରାଟ କୋହଲି ଶିଖିବା ଉଚିତ ବୋଲି ପ୍ରଶଂସକ କହୁଛନ୍ତି।

 

Comments are closed.