Latest Odisha News

BREAKING NEWS

ମୋଟେରାରେ ଚାଲିଲା ପନ୍ତଗିରି, ଟିମ୍ ଇଣ୍ଡିଆ ୮୯ ରନରେ ଅଗ୍ରଣୀ

ମୋଟେରା: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟର ୨ୟ ଦିବସରେ ଋଷଭ ପନ୍ତଙ୍କ ପନ୍ତଗିରି ଦେଖିବାକୁ ମିଳିଥିଲା । ତାଙ୍କର ଲଢ଼ୁଆ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ ହରାଇ ୨୯୪ ରନ ସଂଗ୍ରହ କରିନେଇଛି । ୱାଶିଂଟନ ସୁନ୍ଦର ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ୬୦ ରନରେ ଅପରାଜିତ ଅଛନ୍ତି । ପନ୍ତ ୧୩ ଚୌକା ୨ଛକା ବଳରେ ୧୦୧ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୪୯ ରନର ଇନିଂସ ଖେଳିଥିଲେ ।

ଜେମ୍ସ ଆଣ୍ଡରସନ ୩ଟି ଏବଂ ବେନ ଷ୍ଟୋକ୍ସ ଓ ଜ୍ୟାକ ଲିଚ୍ ୨ଟି ଲେଖାଁଏ ଉଇକେଟ ଭ୍ରମଣକାରୀ ଦଳ ପକ୍ଷରୁ ନେଇଥିଲେ । ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.