Latest Odisha News

BREAKING NEWS

ଭାରତୀୟ ମହିଳା ଦଳର ବିଜୟ ଧାରା ଜାରି

ମେଲବୋର୍ଣ୍ଣ:ମହିଳା ଟି୨୦ ବିଶ୍ଵକପ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଅପରାଜେୟ ରହିଛି। ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।

ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ୧୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୧୪.୪ ଓଭରରେ ୩ ୱିକେଟ ବିନିମୟରେ ୧୧୬ ରନ୍ ସଂଗ୍ରହ କରିନେଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମା ସର୍ବାଧିକ ୪୭ ରନ କରିଥିଲେ। ଭାରତ ଏହାର ୪ର୍ଥ ବିଜୟ ସହିତ ଗ୍ରୁପ-ଏ’ରେ ୮ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛି ।

Leave A Reply

Your email address will not be published.