Latest Odisha News

BREAKING NEWS

ଏସିଆ କପ୍ ଆୟୋଜକ ଦେଶ ନେଇ ଗାଙ୍ଗୁଲିଙ୍କ କଥାକୁ କାଟିଲେ ଏହଶାନ ମଣି

ନୂଆଦିଲ୍ଲୀ: ଏସିଆ କପ୍‌କୁ ନେଇ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଏହସାନ ମଣି ଖଣ୍ଡନ କରିଛନ୍ତି । ଆସନ୍ତା ଏସିଆ କପ୍‌ର ନୂଆ ଭେନ୍ୟୁ ଭାବେ ଦୁବାଇକୁ ବଛା ଯାଇଛି ବୋଲି ଗାଙ୍ଗୁଲି ଶୁକ୍ରବାର କହିଥିଲେ । ସେ କହିଛନ୍ତି , ଗାଙ୍ଗୁଲି ଏହା ସ୍ପଷ୍ଟ କରିଥିଲେ ବି ସବୁ ସବୁ ଏସିଆନ୍ ଦେଶଙ୍କ ହିତକୁ ଧ୍ୟାନରେ ରଖି ଗୋଟେ ଫାଇନାଲ୍ ନିଷ୍ପତ୍ତି ନିଆଯିବ ।

ଭାରତ ଓ ପାକିସ୍ତାନ ଉଭୟ ଦୁବାଇରେ ଏସିଆ କପ୍ ଖେଳିବେ । ମଣି ଆହୁରି ମଧ୍ୟ କହିଛନ୍ତି, ଯଦିବା ପାକିସ୍ତାନ ସେପ୍ଟେମ୍ୱରରେ ହେବାକୁ ଥିବା ଏସିଆ କପ୍‌କୁ ହୋଷ୍ଟ କରୁନି , କିନ୍ତୁ ଦୁବାଇ କେବଳ ଏହାର ଏକମାତ୍ର ବିକଳ୍ପ ସ୍ଥଳ ନୁହେଁ । ଏଣୁ ଏସିଆ କପ୍‌ର ଆୟୋଜନ ଆସୋସିଏଟ୍ ସଦସ୍ୟଙ୍କ ଲାଭ ପାଇଁ କରାଯାଇଥାଏ । ଆମେ ଏହାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବୁ। ସବୁ ଏସିଆ ଦେଶ ମାନଙ୍କର ହିତକୁ ଦୃଷ୍ଟିରେ ରଖି ଅନ୍ତିମ ବିଚାର କରାଯିବ। ଆମ ପାଖରେ କିଛି ବିକଳ୍ପ ଅଛି ବୋଲି ପିସିବିର ଅଧ୍ୟକ୍ଷ ମଣି କହିଛନ୍ତି । ସୂଚନା ଯେ , ଏସିଆ କପ୍‌ର ମୂଳ ହୋଷ୍ଟିଂ ଅଧିକାର ପାକିସ୍ତାନ ପାଖରେ ଥିଲା ।

Leave A Reply

Your email address will not be published.