Latest Odisha News

BREAKING NEWS

କୋଲାବ ଜଳଭଣ୍ଡାରରେ ବୁଡି ୩ କଲେଜ ଛାତ୍ର ମୃତ

କୋରାପୁଟ: କେରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା । କେରାପୁଟ ସରକାରୀ କଲେଜର ୩ଜଣ ଛାତ୍ର ଆଜି ସକାଳେ କୋଲାବ ଜଳଭଣ୍ଡାରରେ ବୁଡି ପ୍ରାଣ ହରାଇଛନ୍ତି । ବୁଡିଯାଇଥିବା ଛାତ୍ରମାନେ ହେଉଛନ୍ତି କେରାପୁଟ ଜିଲ୍ଲାର ମନ୍ମଥ ସାମଲ, ମାଲକାନଗିରି ଜିଲ୍ଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଯୁକ୍ତ ତିନି ବିଜ୍ଞାନର ୪ଜଣ ଛାତ୍ର ଓ ୩ଜଣ ଛାତ୍ରୀ ଜନ୍ମଦିନ ପାଳନ କରିବା ପାଇଁ ଶନିବାର ସକାଳ ୧୧ଟାରେ କୋଲାବ ଜଳଭଣ୍ଡାରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ର ଗାଧୋଇବା ପାଇଁ ବାହାରିଲେ ଓ ସେହି ସମୟରେ ତାଙ୍କ ଗୋଡ ଗଭୀର ପାଣି ଭିତରକୁ ଖସି ଯାଇଥିଲା । ସେଠାରେ ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀ ସ୍ଥାନୀୟ ଲୋକଙ୍କୁ ସହାୟତା ମାଗିଥିଲେ । ଲୋକମାନେ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେବା ପରେ ସେମାନେ ଜଳାଶୟରୁ ଛାତ୍ରଙ୍କୁ ଉଦ୍ଧାର କରିଥିଲେ ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏନେଇ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନଥିବାବେଳେ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.