Latest Odisha News

BREAKING NEWS

ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା ଆମେରିକାସ୍ଥିତ ଆର୍ଚର ଏବିଏଶନ ସହ ମିଶି ଆରମ୍ଭ କରିପାରେ ।

କମ୍ପାନୀର କହିବା ଅନୁଯାୟୀ,ଦିଲ୍ଲୀରେ କାରରେ ଯାତ୍ରା କରବା ସମୟରେ ଯେଉଁ ଜାଗାକୁ ତୁମକୁ ୬୦ରୁ ୯୦ ମିନିଟ ଲାଗୁଛି ସେଠି ଏୟାର ଟାକ୍ସରେ ୭ ମିନିଟ ଲାଗିବ  । ଏହି ଦୁଇ କମ୍ପାନୀ ଭାରତରେ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ସି ସେବା ଆରମ୍ଭ କରିବା ପାଇଁ ଏମଓୟୁ ସାଇନ କରିଛନ୍ତି । ତେବେ ଏଥିପାଇଁ ରେଗୁଲେଶନ ମଞ୍ଜୁରୀ ଆଣିବା ବାକି ଅଛି ।

ରଏଟର୍ସର ରିପୋର୍ଟ ଅନୁସାରେ, କମ୍ପାନୀ ଏକ ବୟାନ ଦେଇ କହିଛି, ଇଣ୍ଟରଗ୍ଲୋବ-ଆର୍ଚର ଏହି ସେବା ଦ୍ୱାରା ଯାତ୍ରୀଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରୁ କନାଟ ପ୍ଲେସରୁ ହରିଆଣାର ଗୁରୁଗ୍ରାମରେ ୭ ମିନିଟରେ ପହଞ୍ଚାଇବ ।

ଏହି ଇ-ଟାକ୍ସିରେ ୪ଜଣ ଯାତ୍ରୀ ଏବଂ ଜଣେ ପାଇଲଟ ଯାଇପାରିବେ । ଏହା ପ୍ରାୟ ୧୬୧ କିମି ଯାତ୍ରା କରିପାରିବ । ଏହି ସେବା ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରରେ ପ୍ରାଥମିକ ଭାବେ ଆରମ୍ଭ କରାଯିବ ଏବଂ ୨୦୦ ଏୟାରକ୍ରାଫ୍ଟ ସେବା ଯୋଗାଇ ଦେବ ବୋଲି କୁହାଯାଉଛି ।

ସୂଚନାଥାଉ କି, ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏକ ଇଣ୍ଡିଆନ ଟ୍ରାଭେଲ ଗ୍ରୁପ ଅଟେ । ଦେଶର ସବୁଠାରୁ ବଡ ଏୟାର ଲାଇନ ଇଣ୍ଡିଗୋ ଏହାର ଏକ ଅଂଶ ଅଟେ ।

Comments are closed.