Latest Odisha News

BREAKING NEWS

ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି ଓମିକ୍ରନ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୧୪ଶହ ୩୧ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଓ ଦିଲ୍ଲୀରୁ ୩୫୧ ପଜିଟିଭ୍ କେସ୍ ବାହାରିଛି । ଏହି ଦୁଇଟି ରାଜ୍ୟରୁ କେବଳ ଅଧାରୁ ଅଧିକ ନୂଆ ଭାରିଆଣ୍ଟ କେସ୍ ରହିଛି ।

ସେହିପରି ତାମିଲନାଡୁରେ ୧୧୮, ଗୁଜରାଟରେ ୧୧୫, କେରଳରୁ ୧୦୯ ଜଣ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୬୯ ଓ ତେଲେଙ୍ଗାନାରେ ଏହି ସଂଖ୍ୟା ରହିଛି ୬୨ । ବର୍ତ୍ତମାନ ସୁଦ୍ଧା ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ଆଗକୁ ଏହି ସଂଖ୍ୟା ବଢ଼ିବ । ଓମିକ୍ରନ୍ ଯୋଗୁ ଦେଶରେ ଦୈନିକ କରୋନା କେସ୍ ବଢ଼ି ଚାଲିଛି ।

Leave A Reply

Your email address will not be published.