Latest Odisha News

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ହରାଇଲା ଭାରତ

କେପଟାଉନ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଜେମିମା ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ୱକପର ୪ର୍ଥ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ ବିନିମୟରେ ୧୪୯ ରନ କରିଥିଲା । ଅଧିନାୟିକା ବିସ୍ମାହା ମାହାରୁଫ ୬୮ ଓ ଆୟେଶା ନସୀମ ୪୩ ରନ କରିଥିଲେ । ଭାରତ ପକ୍ଷରୁ ରାଧା ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୫୦ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଜେମିମା ୩୮ ବଲରେ ୮ଚୌକା ସହାୟତାରେ ୫୩ ରନ କରି ଅପରାଜିତ ରହିଥିଲେ ।

ଋଚା ଘୋଷ ୨୦ ବଲରେ ବିସ୍ଫୋରକ ୩୧ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଫାଳୀ ବର୍ମା ୩୩ ରନ କରିଥିଲେ । ପାକିସ୍ତାନର ନାଶ୍ରା ସାନ୍ଧୁ ୨ଟି ୱିକେଟ ନେଇଥିଲେ । ଜେମିମା ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.