Latest Odisha News

BREAKING NEWS

ସୟାନୀ ଗୁପ୍ତାଙ୍କ ଅଭିନୀତ ‘ସେମ୍‌ଲେସ୍‌’କୁ ୯୩ ତମ ‘ଓସ୍କାର ପୁରସ୍କାର’ ପାଇଁ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ଅଭିନେତ୍ରୀ ସୟାନୀ ଗୁପ୍ତାଙ୍କ ଅଭିନୀତ ‘ସେମ୍‌ଲେସ୍‌’ ଭାରତରୁ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ୯୩ ତମ ଓସ୍କାର ପୁରସ୍କାର ପାଇଁ ଏଣ୍ଟ୍ରି ମିଳିଛି। ୯୩ ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ। ‘ସେମ୍‌ଲେସ୍‌’ ହେଉଛି ୧୫ ମିନିଟର ବ୍ଲାକ୍‌ କମେଡି ଥ୍ରୀଲର ଫିଲ୍ମ। ଏହି ଚଳଚ୍ଚିତ୍ରଟି ଓସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ଥିବା ବିଦ୍ୟା ବାଲାନ ଅଭିନୀତ ‘ନଟ୍‌ଖଟ୍‌’କୁ ପଛରେ ପକାଇଦେଇଛି।

‘ସେମ୍‌ଲେସ୍‌’ରେ ସାୟାନୀ ଗୁପ୍ତାଙ୍କ ସହ ମୁଖ୍ୟ ଭୂମିକାରେ ହୁସେନ୍ ଦଲାଲ ଏବଂ ଋଷଭ କପୁର ଅଭିନୟ କରିଛନ୍ତି। ଏହାର କାହାଣୀ ଲେଖିଛନ୍ତି କିଥ୍‌ ଗୋମସ୍। ଏହା ସହିତ ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ‘ସେମ୍‌ଲେସ୍‌’ର କାହାଣୀ ଏକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ହେତୁ ମାନବ ପ୍ରାଣ ହରାଇବାର ପ୍ରସଙ୍ଗକୁ ଏଥିରେ ଦର୍ଶାଯାଇଛି। ଏହା ସହିତ, ଏହା ପ୍ରବାସୀ ଶ୍ରେଣୀ ପ୍ରତି ଅଧିକାର, ମାନବିକତା ଏବଂ ସହାନୁଭୂତି ପ୍ରସଙ୍ଗରେ ପ୍ରାସଙ୍ଗିକ ପ୍ରଶ୍ନ ଉଠାଇବାକୁ ଏଥିରେ ପ୍ରୟାସ କରାଯାଇଛି।

Comments are closed.