Latest Odisha News

ଶେଷରେ ସକିଲାକୁ ମିଳିଲା ଗ୍ରୀନ୍ ସିଗନାଲ୍

ମୁମ୍ବାଇ: ଫିଲ୍ମ ସକିଲାକୁ ନେଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତ୍ରୀ ରିଚା ଚଢା । ତେବେ ଖୁବଶୀଘ୍ର ଏହି ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ନିକଟରେ ଫିଲ୍ମ ସକିଲାର ରିଲିଜ୍ ଡେଟ୍ କନଫର୍ମ ହୋଇଛି । ଦେଶର ଅଧିକାଂଶ ସିନେମା ହର ଖୋଲିଥବାବେଳେ ଖ୍ରୀଷ୍ଟମାସ ଅବସରରେ ରିଲିଜ୍ ହେବ ଏହି ବହୁ ପ୍ରତିକ୍ଷୀତ ଫିଲ୍ମ ।

ଚଳିତବର୍ଷ ମାର୍ଚ୍ଚ ମାସରେ ରିଲିଜ୍ ହୋଇଥାନ୍ତା ରିଚାଙ୍କ ଫିଲ୍ମ ସକିଲା । ହେଲେ କରୋନା ମହାମାରୀ ପାଇଁ ତାହା ସମ୍ଭବ ହୋଇନଥିଲା । ତେବେ ଶେଷରେ ଡିସେମ୍ବର ୨୫’ରେ ଫିଲ୍ମଟି ରିଲିଜ୍ ହେବା ନେଇ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ନିର୍ଦ୍ଦେଶକ ଇନ୍ଦ୍ରଜିତ୍ ଲଙ୍କେଶ ।

ମଲୟାଲମ୍ ସଫ୍ଟ-କୋର ଅଭିନେତ୍ରୀଙ୍କ ଜିବନୀ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ୨୦୧୮ରୁ ଆରମ୍ଭ ହୋଇଥିଲା । ଏଥିରେ ରିଚା ଚଢାଙ୍କ ସମେତ ଭର୍ସାଟାଇଲ୍ ଆକ୍ଟର ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ । ଫିଲ୍ମଟି ଏକାଧିକ ଭର୍ସନ ତଥା ଭାଷାରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

Leave A Reply

Your email address will not be published.