Latest Odisha News

ବିଜୟ ଦିବସ: ୧୩ ଦିନ ଭାରତ-ପାକିସ୍ତାନ ଲଢ଼େଇ ଓ ବାଂଲାଦେଶର ଜନ୍ମ

ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ । ୧୯୭୧ ମସିହାରେ, ପୂର୍ବ ପାକିସ୍ତାନରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭାରତ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହାପରେ ଜନ୍ମ ନେଇଥିଲା ବାଂଲାଦେଶ । ସ୍ବତନ୍ତ୍ର ଦେଶ ଭାବେ ଗଠନ ହୋଇଥିଲା ।

ଏହି ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ୧୩ ଦିନ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ହୋଇଥିଲା ।
୧୯୭୧ର ଏହି ଐତିହାସିକ ଯୁଦ୍ଧରେ ଇଷ୍ଟର୍ଣ୍ଣ କମାଣ୍ଡର ଷ୍ଟାଫ୍ ଇଫିସର ମେଜର ଜେନେରାଲ୍ ଜୈଫ୍ ଆର୍. ଜ୍ୟାକବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

୧୯୭୧ ଯୁଦ୍ଧରେ ଭାରତ ୧୫୦୦ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା। ଯାହା ସେହି ସମୟର ସବୁଠାରୁ ବଡ କ୍ଷତି ଥିଲା । ପାକିସ୍ତାନର ଜେନେରାଲ୍ ନିଆଜିଙ୍କ ସହ ୯୩ ହଜାର ସୈନିକ ଯୁଦ୍ଧ ସମୟରେ ଧଳା ପତାକା ଦେଖାଇ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ।
ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ବରୂପ ବାଂଲାଦେଶ ସ୍ବାଧୀନ ହୋଇଥିଲା। ଭାରତୀୟ ସେନାର ବିଜୟକୁ ସ୍ମରଣ କରିବା ପାଇଁ ସେବେଠାରୁ ଡିସେମ୍ବର ୧୬କୁ ବିଜୟ ଦିବସ ଭାବରେ ପାଳନ କରାଯାଉଛି । ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୪ ହଜାର ସୈନିକ ସହିଦ ହୋଇଥିଲେ। ବାଂଲାଦେଶର ୩ ଲକ୍ଷ ଲୋକ ପ୍ରାଣ ହରାଇଥିବା କୁହାଯାଏ ।

Leave A Reply

Your email address will not be published.