Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ତାରିଖ ବଦଳିପାରେ

ମୁମ୍ବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ହୋଇପାରେ । ୧୫ ଅକ୍ଟୋବରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାର ତାରିଖ ବଦଳି ପାରେ ବୋଲି ଅନୁମାନ କରାଯାଉଛି । ୧୫ ଅକ୍ଟୋବରରୁ ନବରାତ୍ରୀ ଆରମ୍ଭ ହେଉଛି । ଗୁଜରାଟରେ ଏହା ଧୂମଧାମରେ ପାଳନ କରାଯାଏ । ସେଠାରେ ଏହି ମ୍ୟାଚ ଥିବାରୁ ସୁରକ୍ଷା ଏଜେନ୍ସି ଏହାର ତାରିଖ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି । ବିସିସିଆଇ ଓ ଆଇସିସି ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ୨୭ ଜୁଲାଇରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ।

ପୂର୍ବରୁ ଏହି ରୋମାଂଚକ ମୁକାବିଲା ଦେଖିବା ପାଇଁ ପ୍ରଶଂସକମାନେ ହୋଟେଲ ଓ ଫ୍ଲାଇଟ ଟିକେଟ ଆଗୁଆ ବୁକିଂ କରି ସାରିଛନ୍ତି । ତାରିଖ ବଦଳିଲେ ସବୁ କିଛି ଏପଟ ସେପଟ ହୋଇଯିବ । ଅନେକ ପ୍ରଶଂସକ ସେମାନଙ୍କ ବୁକିଂ ବାତିଲ କରିବା ଏହା ବ୍ୟତୀତ ଯେଉଁ ତାରିଖରେ ମ୍ୟାଚ ହେବ ସେ ନେଇ ନୂତନ ବୁକିଂ ଆରମ୍ଭ ହେବ । ଯାହାକୁ ସଙ୍ଗେ ସଙ୍ଗେ ପରିଚାଳନା କରିବା କଷ୍ଟକର ହେବ । ପାକିସ୍ତାନ ପୂର୍ବରୁ ଅହମ୍ମଦାବାଦରେ ମ୍ୟାଚ ଖେଳିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା । ବିସିସିଆଇ ବୈଠକ ପରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଜନୈକ ଅଧିକାରୀ ନାମ ପ୍ରକାଶ ନ କରି କହିଛନ୍ତି ।

Leave A Reply

Your email address will not be published.