Latest Odisha News

BREAKING NEWS

ପ୍ରବଳ ବର୍ଷାରେ ମାଲକାନଗିରିରେ ବୁଡ଼ିଲା ବ୍ରିଜ୍, ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବ୍ରିଜ୍ ବୁଡ଼ି ଯାଇଛି । କାଙ୍ଗୁରକୋଣ୍ଡା ବ୍ରିଜ୍ ବୁଡ଼ିଯିବା ଫଳରେ ଜାତୀୟ ରାଜପଥ ୩୨୬ ଦେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ଏବେ ବି ଜାତୀୟ ରାଜପଥ ୩୨୬ରେ ରହିଥିବା କାଙ୍ଗୁରକୋଣ୍ଡା ବ୍ରିଜ୍ ଉପରେ ବର୍ଷା ପାଣି ଚାଲୁଛି । ଫଳରେ ଶତାଧିକ ଗାଡ଼ି ବ୍ରିଜର ଉଭୟ ପାର୍ଶ୍ୱରେ ଅଟକି ରହିଛି । ପୋଟେରୁ, ଏମଭି-୯୬ ଓ କନ୍ୟାଶ୍ରମ ଆଦି ସ୍ଥାନରେ ମଧ୍ୟ ରାସ୍ତା ଉପରେ ବର୍ଷା ପାଣି ଚାଲୁଛି । ପ୍ରବଳ ବର୍ଷା ଯୋଗୁ କାଲିମେଳା ମଧ୍ୟ ଜଳଘେରରେ ରହିଛି ।

ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ରସାବେଡ଼ା ପଞ୍ଚାୟତ ମୁଡୁଳିଗୁଡ଼ା ଗାଁର ଜଣେ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିଲେ । ଆଜି ସକାଳୁ ବ୍ୟକ୍ତି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଘେନୁ ଚଲଣ, ସେ ମଙ୍ଗଳବାର ଚାଷଜମିକୁ ଯାଇଥିବା ବେଳେ ବନ୍ୟା ପାଣିରେ ଭାସି ଯାଇଥିଲେ ।

Leave A Reply

Your email address will not be published.