Latest Odisha News

BREAKING NEWS

Qualify for AFC Asian Cup:ଭାରତୀୟ ଫୁଟବଲ୍ ପାଇଁ ଐତିହାସିକ ସଫଳତା:୨୦ ବର୍ଷ ପରେ AFC U20 ଏସୀୟ କପ୍ ଭାରତର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ:୨୦ବର୍ଷ ପରେ ଭାରତ ପୁଣିଥରେ AFC U20 ଏସୀୟ କପ୍‌କୁ ଫେରିଛି। ଗତକାଲି (ରବିବାର ୬ ସେପ୍ଟେମ୍ବର ୨୦୨୬)ତାସକେଣ୍ଟର ‘ଡୋଷ୍ଟଲିକ୍ ଷ୍ଟାଡିୟମ୍’ (Do’stlik Stadium) ଠାରେ ଅନୁଷ୍ଠିତ ଗ୍ରୁପ୍-ବି (Group B) ର ନିର୍ଣ୍ଣାୟକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୩-୦ ଗୋଲ୍‌ରେ ଦମଦାର୍ ଭାବେ ପରାସ୍ତ କରିଛି ଭାରତୀୟ ଦଳ । ଏହି ଚମତ୍କାର ବିଜୟ ପରେ ଭାରତୀୟ ଦଳ AFC U20 ଏସୀୟ କପ୍ ଚୀନ୍ ୨୦୨୭ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଭାରତ ପାଇଁ ଡାନି ମୈତେଇ ଲାଇଶ୍ରାମ(25′), ବିଶାଳ ଯାଦବ (60′)ଏବଂ ମହମ୍ମଦ ଅରବାଶ (79′)ଗୋଲ୍ ସ୍କୋର କରିଥିଲେ।

 


ଭାରତ ଯୋଗ୍ୟତା ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଖେଳିଥିଲା। ଦଳ ସିରିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧-୦ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହାପରେ, ଉଜବେକିସ୍ତାନ ବିପକ୍ଷରେ ସେମାନଙ୍କୁ ୦-୪ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚ୍ ଭାରତ ପାଇଁ କର ବା ମର ମୁକାବିଲା ଥିଲା। ଏହି ବିଜୟ ଦଳର ପଏଣ୍ଟ ସଂଖ୍ୟାକୁ ଛଅ ପଏଣ୍ଟରେ ପହଞ୍ଚାଇଥିଲା

 

ଏହି ବିଜୟ ସହିତ ଭାରତ ନିଜର ତିନୋଟି ମ୍ୟାଚ୍‌ରୁ ଛଅ ପଏଣ୍ଟ ହାସଲ କରି ‘ଗ୍ରୁପ୍ ବି’ (Group B)ର ଚୂଡ଼ାନ୍ତ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ସିରିୟାକୁ ପରାସ୍ତ କରିଥିବା ଉଜବେକିସ୍ତାନ ନଅ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଛି।

 

 

‘ଏଏଫ୍‌ସି ୟୁ-୨୦ ଏସିଆନ୍ କପ୍ ଚାଇନା ୨୦୨୭’ (AFC U20 Asian Cup China 2027) ୨୦୨୭ ମସିହା ମାର୍ଚ୍ଚ ୨୪ରୁ ଅପ୍ରେଲ୍ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଏସିଆନ୍ କପ୍‌ର ଶ୍ରେଷ୍ଠ ଚାରୋଟି ଦଳ ‘ଫିଫା ୟୁ-୨୦ ବିଶ୍ୱକପ୍ ୨୦୨୭’ (FIFA U20 World Cup 2027) ପାଇଁ ଯୋଗ୍ୟତା ଅର୍ଜନ କରିବେ।

Leave A Reply

Your email address will not be published.