Latest Odisha News

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ୧୧୯୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କାବୁ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ଲକ୍ଷ ତଳକୁ ହ୍ରାସ ପାଇଛି । ସାରା ଦେଶରୁ ଆଉ ୧ଲକ୍ଷ ୬୭ହଜାର ୦୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୧୧ଶହ ୯୨ ଜୀବନ । ଗତକାଲି ୯୫୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଦେଶରେ ଦୈନିକ ପଜିଟିଭିଟି ହାର ରହିଛି ୧୧.୬୯% । ଗତ କିଛି ଦିନ ହେବ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଦେଶରେ କମୁଛି ଆକ୍ଟିଭ୍ କେସ୍ ସଂଖ୍ୟା । ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ୨୪ ଘଣ୍ଟାରେ ଦେଶରୁ ୨ଲକ୍ଷ ୫୪ହଜାର ୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୧୭ଲକ୍ଷ ୪୩ହଜାର ୫୯ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.