Latest Odisha News

BREAKING NEWS

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ: ଆଜି ୩୦୮୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ୩-୪ ହଜାର ଭିତରେ ରହିଛି ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧ହଜାର ୭୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୨୮୯ । ୧୮ ବର୍ଷ ଭିତରେ ଆଉ ୪୫୪ ଆକ୍ରାନ୍ତ ବାହାରିଛନ୍ତି ।

ବିଭିନ୍ନ ଜିଲ୍ଲାରେ କମିଛି ଦୈନିକ ସଂକ୍ରମଣ । ୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨, କଟକରୁ ୩୨୫, ସୁନ୍ଦରଗଡ଼ରୁ ୨୧୬, ଯାଜପୁରରୁ ୧୪୯, ନୟାଗଡ଼ରୁ ୧୧୦, ମୟୂରଭଞ୍ଜରୁ ୧୦୯, ନୂଆପଡ଼ାରୁ ଆଉ ୧୦୬ ପଜିଟିଭ୍ ବାହାରିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୫୨ହଜାର ୩୨୬କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ବି ୧୨ ଲକ୍ଷ ଟପିଛି । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧୨ଲକ୍ଷ ୧ହଜାର ୫୪୬ ଆକ୍ରାନ୍ତ । ଏବେ ରାଜ୍ୟରେ ୪୨ହଜାର ୯୮ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.