Latest Odisha News

BREAKING NEWS

ଦେଶରେ ୬୫ ହଜାର ତଳେ ଦୈନିକ ସଂକ୍ରମଣ, ୭୩ ଦିନ ପରେ ୮ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ସୁଧାର ଆସୁଛି । ଦୈନିକ କେସ୍ ଲଗାତାର ଚତୁର୍ଥ ଦିନରେ ୭୦ ହଜାରରୁ କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୨ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୨ହଜାର ୪୮୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରେ ଆଉ ୧୫ଶହ ୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

କେରଳରୁ ସର୍ବାଧିକ ୧୨ହଜାର ୪୬୯ ଆକ୍ରାନ୍ତ ବାହାରିଥିବା ବେଳେ ମହାରାଷ୍ଟ୍ରରୁ ୯ହଜାର ୮୩୦, ତାମିଲନାଡୁରୁ ୯ହଜାର ୧୧୮, ଆନ୍ଧ୍ରପ୍ରଦେଶରୁ ୬ହଜାର ୧୫୧ ଓ କର୍ଣ୍ଣାଟରୁ ଚିହ୍ନଟ ହୋଇଛନ୍ତି ୫ହଜାର ୮୯୩ ପଜିଟିଭି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୯୭ଲକ୍ଷ ୬୨ହଜାରରୁ ଅଧିକ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି ।

ଦେଶରେ କ୍ରମାଗତ ବଢୁଛି ସୁସ୍ଥ ସଂଖ୍ୟା । ୨୪ ଘଣ୍ଟାରେ ୮୮ ହଜାର ୯୭୭ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ସୁସ୍ଥ ସଂଖ୍ୟା ୨କୋଟି ୮୫ଲକ୍ଷ ୮୦ ହଜାର ପାର କରିଛି । ଏବେ ଦେଶରେ ୭ଲକ୍ଷ ୯୮ହଜାର ୬୫୬କୁ ଖସିଛି ଆକ୍ଟିଭ୍ କେସ୍ । ୭୩ ଦିନରେ ୮ ଲକ୍ଷ ତଳକୁ ହ୍ରାସ ପାଇଛି ଆକ୍ଟିଭ କେସ୍ ।

Leave A Reply

Your email address will not be published.