Latest Odisha News

BREAKING NEWS

ଦେଶରେ ୧.୪୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୪୧,୯୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ଗତକାଲି ତୁଳନାରେ ୨୧.୩ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମାମଲା ୩,୫୩,୬୮,୩୭୨ରେ ପହଞ୍ଚିଛି।

ସର୍ବାଧିକ ମାମଲା ରିପୋର୍ଟ ହୋଇଥିବା ପାଞ୍ଚଟି ରାଜ୍ୟ ହେଉଛି ମହାରାଷ୍ଟ୍ର (୪୦,୯୨୫), ପଶ୍ଚିମବଙ୍ଗରେ (୧୮,୨୧୩) ଦିଲ୍ଲୀ (୧୭,୩୩୫) ତାମିଲନାଡୁରେ (୮,୯୮୧) ଏବଂ କର୍ଣ୍ଣାଟକରେ (୮,୪୪୯) ମାମଲା ରିପୋର୍ଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୮୩,୪୬୩ କୁ ବୃଦ୍ଧି ପାଇଛି।

Comments are closed.