ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ଆଥଲେଟ ତଥା ଅଲିମ୍ପିଆନ ମିଲଖା ସିଂ ଆରପାରିରେ । ଏଥିନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୋକ ବ୍ୟକ୍ତ କରାଯାଉଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଟୁଇଟ ନେଇ ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି । ସେ ଏଥିରେ ମିଲଖାଙ୍କ ଯୋଗଦାନକୁ ପ୍ରଶଂସା କରିଥିବା ବେଳେ ଶେଷ ଧାଡିରେ କିନ୍ତୁ ଇଣ୍ଡିଆ ରିମେମ୍ବରସ ହର ଲେଖିଥିଲେ । ଯାହାକୁ ନେଇ ସୋସିଆଲ ସାଇଟରେ ତର୍କ ବିତର୍କ ଆରମ୍ଭ ହୋଇଛି । ଦେଶକୁ ନେଇ ପ୍ରାୟତଃ କୌଣସି ଜେଣ୍ଡର ବ୍ୟବହାର କରାଯାଇ ନାହିଁ । ନାଗରିକଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇଥାଏ । କେତେକ ଦେଶକୁ ମଦରଲ୍ୟାଣ୍ଡ ଓ ଆଉ କେତେକକୁ ଫାଦରଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଇଥାଏ ।
ତେବେ ରାହୁଲ କେଉଁ କ୍ଷେତ୍ରରେ ଏହି ଶବ୍ଦ ବ୍ୟବହାର କଲେ ତାହା ଜଣାପଡି ନାହିଁ । ଜଣେ ଟ୍ରୋଲରଲେଖିଛନ୍ତି, ରାହୁଲ ଲିଙ୍ଗ ପରିବର୍ତନ କରି ଦେଲେ ସେହିପରି ଆଉ ଜଣେ ଲେଖିଛନ୍ତି ବୋଧହୁଏ ସେ ଶଶି ଥରୁରଙ୍କଠାରୁ ଇଂରାଜୀ ଶିଖିଛନ୍ତି ।
BREAKING NEWS
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
Comments are closed.