Latest Odisha News

BREAKING NEWS

ଦେଶରେ ତଳମୁହାଁ କରୋନା ସଂକ୍ରମଣ, ହଜାରେ ଉପରେ ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଏବେ ଦେଢ଼ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧ଲକ୍ଷ ୨୭ହଜାର ୯୫୨ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୪ ପ୍ରତିଶତ କମ୍ ସଂକ୍ରମିତ ହୋଇଛନ୍ତି ।

ଡିସେମ୍ବରରୁ ଦେଶରେ ଓମିକ୍ରନ୍ ଯୋଗୁ ଦ୍ରୁତ ବଢ଼ିଥିଲା ସଂକ୍ରମଣ । ଏବେ ପଜିଟିଭ୍ ହାର ବି ଖସୁଛି । ଆଜି ପଜିଟିଭିଟି ରେଟ୍ ରହିଛି ୭.୯ ପ୍ରତିଶତ । ଗତକାଲି ସଂକ୍ରମଣ ହାର ରହିଥିଲା ୯.୨ ପ୍ରତିଶତ । ସାପ୍ତାହିକ ପଜିଟିଭ୍ ହାର ୧୧.୨୧ ପ୍ରତିଶତ ରହିଛି ।

ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ୨୪ ଘଣ୍ଟାରେ ଆଉ ୧ହଜାର ୫୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ପାର କରିଛି । ଆମେରିକା ଓ ବ୍ରାଜିଲ ପରେ ଭାରତରେ ମୃତ୍ୟୁସଂଖ୍ୟା ୫ ଲକ୍ଷରୁ ଅଧିକ ରହିଛି ।

ଏବେ ଦେଶରେ ମୋଟ୍ ସଂକ୍ରମିତଙ୍କର ୩.୧୬ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହାର ବଢୁଛି । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୯୫.୬୪ ପ୍ରତିଶତ ଆକ୍ରାନ୍ତ ।

Comments are closed, but trackbacks and pingbacks are open.