Latest Odisha News

BREAKING NEWS

୧୯୯୩ ମୁମ୍ବାଇ ବିସ୍ଫୋରଣର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କୀ ଆବୁ ବକର ୟୁଏଇରୁ ଧରାପଡ଼ିଲା

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ଭାରତର ମାଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଆବୁ ବକର ଗିରଫ । ତାକୁ ଟଇଋରୁ ଧରିଛି ଭାରତୀୟ ଏଜେନ୍ସୀ । ଖୁବ୍‌ଶୀଘ୍ର ଆବୁ ବକରକୁ ଟଇଋରୁ ଭାରତ ଅଣାଯିବ । ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା ଆବୁ ବକର । ସିରିଏଲ୍ ବିସ୍ଫୋରଣରେ ଥରିଥିଲା ମାୟାନଗରୀ । ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା । ୭୧୩ ଆହତ ହୋଇଥିଲେ ।

BjdElectrycity

ପାକିସ୍ତାନ ଅଧୀକୃତ କଶ୍ମୀରରେ ଗୁଳିଗୋଳା ଓ ବିସ୍ଫୋରଣର ତାଲିମ ନେଇଥିଲା ଆବୁ ବକର । ସିରିଏଲ୍ ବିସ୍ଫୋରଣରେ ବ୍ୟବହୃତ ଆରଡିଏକ୍ସ ସେ ପହଞ୍ଚାଇଥିଲା । ୟୁଏଇରେ ଦାଉଦ ଇବ୍ରାହିମର ବାସଭବନରେ ବିସ୍ଫୋରଣ ନେଇ ଷଡ଼ଯନ୍ତ୍ର ଓ ଯୋଜନା କରିଥିଲା ଆବୁ ବକର । ୧୯୯୩ ମୁମ୍ବାଇ ବିସ୍ପୋରଣର ଇଏ ହେଉଛି ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ।

ସେ ୟୁଏଇ ଓ ପାକିସ୍ତାନରେ ରହି ଆସିଛି । ପୂର୍ବରୁ ୨୦୧୯ ମସିହାରେ ବି ସେ ୟୁଏଇରୁ ଧରାପଡିଥିଲା । ତା ବିରୋଧରେ ଆବଶ୍ୟକ କାଗଜପତ୍ର ଦେଇ ନପାରିବାରୁ ତାକୁ ଛାଡି ଦେଇଥିଲେ ୟୁଏଇ କର୍ତ୍ତୃପକ୍ଷ । ଏବେ ୨୯ ବର୍ଷ ପରେ ଆବୁ କବରକୁ ପୁଣି ଥରେ ଭାରତ ପ୍ରତ୍ୟର୍ପଣ ହୋଇପାରେ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.