Latest Odisha News

BREAKING NEWS

ଓଡ଼ିଶାରେ କାବୁ ପାଉଛି କରୋନା: ଆଜି ୨୬୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଟ୍ରେଣ୍ଡ ଖସୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ୩ ହଜାର ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୬୦୩ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୫୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୮୨ । ୧୮ ବର୍ଷ ଭିତରେ ଆଉ ୩୪୯ ପଜିଟିଭ୍ ବାହାରିଛନ୍ତି ।

୬ ଜିଲ୍ଲାରେ ଶହେ ଉପରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୪୪୪ଜଣ ସଂକ୍ରମିତ ହୋଇଛନ୍ତି । କଟକରୁ ୨୦୫, ସୁନ୍ଦରଗଡ଼ରୁ ୨୦୪, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୦୪ ଓ ଅନୁଗୋଳ ଜିଲ୍ଲାରୁ ଆଉ ୧୦୨ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ତଳକୁ ତଳକୁ ଖସୁଛି । ସଂକ୍ରମଣ କମୁଥିବାରୁ କରୋନା ମାନଚିତ୍ରରେ ଗ୍ରୀନ୍ ହେଉଛି ଓଡ଼ିଶା । ଏବେ ପଜିଟିଭିଟି ରେଡ୍ ଜୋନରେ କେବଳ ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲା ରହିଛି । ସେହିପରି ଆକ୍ଟିଭ୍ କେସ୍ ରେଡ୍ ଜୋନରେ କେବଳ ଖୋର୍ଦ୍ଧା ଜିଲ୍ଲା ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୬୪ହଜାର ୭୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୨୮ହଜାର ୯୭୬ ଆକ୍ରାନ୍ତ । ଏବେ ରାଜ୍ୟରେ ୨୬ହଜାର ୯୬୫ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.