Latest Odisha News

ଦେଶରେ ୫୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ୫୩୪

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଦୈନିକ ସଂକ୍ରମଣ ୫୦ ହଜାର ଟପିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୯୭ ନୂଆ ଆକ୍ରାନ୍ତ । ଅର୍ଥାତ ଗତକାଲି ଅପେକ୍ଷା ୨୦ ହଜାର ୭୧୮ ନୂଆ ସଂକ୍ରମିତ ବାହାରିଛନ୍ତି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩୭ହଜାର ୩୭୯ ଆକ୍ରାନ୍ତ । ଆଜି ଦୈନିକ ସଂକ୍ରମଣ ୫୫ ପ୍ରତିଶତ ବଢ଼ିଛି ।

ଦେଶରେ ପଜିଟିଭିଟି ରେଟ୍ ୪.୧୮ ପ୍ରତିଶତକୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ବଢ଼ିଛି ମୃତ୍ୟୁସଂଖ୍ୟା । କରୋନା ନେଇଛି ଆଉ ୫୩୪ ଆକ୍ରାନ୍ତଙ୍କ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୧୨୪ । ଅର୍ଥାତ ଦିନକରେ ମୃତ୍ୟୁସଂଖ୍ୟା ୪ ଗୁଣା ବଢ଼ିଛି ।

ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ହଜାର ୫୫୧ତୁ ବଢ଼ିଛି । ୨୪ ଘଣ୍ଟାରେ ୧୫ହଜାର ୩୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨ଲକ୍ଷ ୧୪ହଜାର ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.