Latest Odisha News

BREAKING NEWS

ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ, ଗତକାଲି ଅପେକ୍ଷା ୧୫% ଅଧିକ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫.୮ ପ୍ରତିଶତ ଅଧିକ ଆକ୍ରାନ୍ତ ବାହାରିଛନ୍ତି ।

ଦେଶରେ ଦୈନିକ ପଜିଟିଭିଟି ହାର ୧୧.୦୫ ପ୍ରତିଶତ ରହିଛି । ମହାରାଷ୍ଟ୍ରରୁ ସର୍ବାଧିକ ୩୪,୪୨୪, ପଶ୍ଚିମବଙ୍ଗରୁ ୨୧, ୦୯୮, ଦିଲ୍ଲାରୁ ୨୧,୨୫୯, ତାମିଲନାଡୁରୁ ୧୫,୩୭୯ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି ୧୪,୪୭୩ ନୂଆ ଆକ୍ରାନ୍ତ ।

ଦେଶରେ ଦିନକରେ କରୋନା ନେଇଛି ଆଉ ୪୪୨ ଆକ୍ରାନ୍ତଙ୍କ ଜୀବନ । ଏହାକୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧି ପାଇଛି । ଦେଶରେ ୧୦ ଲକ୍ଷ ମୁହାଁ ହୋଇଛି ଆକ୍ଟିଭ୍ କେସ୍ । ଏବେ ସକ୍ରିୟ ମାମଲା ୯ଲକ୍ଷ ୫୫ହଜାର ୩୧୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.