Latest Odisha News

ଆହୁରି ବର୍ଷିବ, ଚିନ୍ତାରେ ଚାଷୀକୂଳ

ଭୁବନେଶ୍ୱର: ଆହୁରି ବର୍ଷିବ । ଗତ ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଆହୁରି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେଗୁଡ଼ିକ ହେଲା ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲା । ଏହାସହ କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଢ଼େଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଆଦି ସ୍ଥାନରେ ଆଗାମୀ ୩ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ହେବା ନେଇ ସତର୍କ କରାଯାଇଛି । ଅନ୍ୟପଟେ ପୁଣି ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ ।

Leave A Reply

Your email address will not be published.