ନୂଆଦିଲ୍ଲୀ: ଦେଶରେ କମିଛି କରୋନା କାୟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୩୯ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୪ହଜାର ୨୨୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୭ଲକ୍ଷ ୭୭ହଜାର ୨୮୪କୁ ବୃଦ୍ଧି ପାଇଛି ।
ଦେଶରେ କମୁଛି ଆକ୍ଟିଭ କେସ୍ । ବଢୁଛି ଆରୋଗ୍ୟ ହାର । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୧କୋଟି ୪ଲକ୍ଷ ୬୨ହଜାର ୬୩୧ ଆକ୍ରାନ୍ତ । ସୁସ୍ଥହାର ରହିଛି ୯୭.୦୮% । ଏବେ ୧ଲକ୍ଷ ୬୦ହଜାର ୫୭ଟି କରୋନା ଆକ୍ଟିଭ୍ କେସ୍ ରହିଛି ।
ଦେଶରେ ଶହେକୁ ଖସିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର ୫୯୬କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୩%।
Comments are closed.