Latest Odisha News

BREAKING NEWS

ଦେଶରେ ୮୯ ଲକ୍ଷ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୮୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୪୪ ହଜାର ୪୪ ହଜାର ୭୩୯ ସଂକ୍ରମିତ ।

ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଲକ୍ଷ ୧୨ ହଜାର ୯୦୮ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ୮୩ ଲକ୍ଷ ୩୫ ହଜାର ୧୧୦କୁ ବୃଦ୍ଧି ପାଇଛି । ଦେଶରେ କରୋନାରୁ ଆରୋଗ୍ୟ ଲାଭ କଲେଣି ୯୩.୫୨% ଆକ୍ରାନ୍ତ ।

ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଦେଶରୁ ଆଉ ୪୭୪ ଆକ୍ରାନ୍ତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାର ୯୯୩ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୭% ।

ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଦେଶରେ ଖସୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ୪ ଲକ୍ଷ ୪୬ ହଜାର ୮୦୫ଟି ଆକ୍ଟିଭ୍ କେସ୍ ରହିଛି । ଆମେରିକା ପରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ଭାରତ । ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ ।

Comments are closed.