ନୂଆଦିଲ୍ଲୀ: ଦେଶରେ କରୋନାରେ ସେକେଣ୍ଡ ଓ୍ୱେଭରେ ସଂକ୍ରମଣରେ ବ୍ରେକ ଲାଗୁନି । ମୃତ୍ୟୁର ବିଭୀଷିକା ରଚୁଛି ମହମାରୀ । ଦୈନିକ ସଂକ୍ରମଣ ପୁଣି ଥରେ ୪ ଲକ୍ଷ ପାର କରିଥିବା ବେଳେ ପ୍ରଥମ ଥର ମୃତ୍ୟୁସଂଖ୍ୟା ପାଖାପାଖି ୪ ହଜାର ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୧୨ ହଜାର ୨୬୨ କରୋନା ଆକ୍ରାନ୍ତ । ଯାହାକି ମହାମାରୀ ପରଠୁ କୌଣସି ଦେଶରେ ଦିନକରେ ସର୍ବାଧିକ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୧୦ଲକ୍ଷ ୭୭ହଜାର ୪୧୦କୁ ବୃଦ୍ଧି ପାଇଛି ।
ଦ୍ୱିତୀୟ ଥର ଦୈନିକ ସଂକ୍ରମଣ ୪ ଲକ୍ଷ ପାର
ଦ୍ୱିତୀୟ ଥର ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ପାର କରିଛି । ପୂର୍ବରୁ ଗତ ଏପ୍ରିଲ ୩୦ ତାରିଖରେ ବାହାରିଥିଲେ ୪ଲକ୍ଷ ୨ହଜାର ୩୫୧ ପଜିଟିଭ୍ । ସେଦିନ ଦେଶରେ ୧୯ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଥିଲା । ତାପରେ ଦୈନିକ ଟେଷ୍ଟ ହ୍ରାସ ପାଇଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସାମାନ୍ୟ ଖସିଛି । କିନ୍ତୁ କର୍ଣ୍ଣାଟକରେ ଏହି ସଂଖ୍ୟା ୫୦ହଜାର ପାର କରିଛି । ସେହିପରି କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ୧୨ଟି ରାଜ୍ୟରେ ଦୈନିକ ସଂକ୍ରମଣରେ ବୃଦ୍ଧି ହେଉଛି ।
୪ ହଜାର ମୁହାଁ ଦୈନିକ ମୃତ୍ୟୁସଂଖ୍ୟା
ସଂକ୍ରମଣ ସହ କରୋନା ଅଧିକ ଜୀବନ ନେଉଛି । ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ୩ହଜାର ୯୮୦ ସଂକ୍ରମିତଙ୍କ ଜୀବନ । ୬ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା ଓ ତାମିଲନାଡୁରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ୨ଲକ୍ଷ ୩୦ହଜାର ୧୬୮ ଜୀବନ ନେଲାଣି । ଏବେ ଦେଶରେ ୩୫ଲକ୍ଷ ୬୬ହଜାର ୩୯୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.