Latest Odisha News

ଟିକାଦାନରେ ବିଶ୍ବ ରେକର୍ଡ: ପ୍ରଥମ ଦିନରେ ଭାରତରେ ୨ଲକ୍ଷ ୭ହଜାର ଟିକାଦାନ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨୪ ହଜାର ୩୦୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି। ଆଜି କେବଳ ଦେଶର ୬ଟି ରାଜ୍ୟରେ ଟିକାକରଣ ହୋଇଛି। ଗତକାଲି ପ୍ରଥମ ଦିନରେ ୨ ଲକ୍ଷ ୭ହଜାର ୨୨୯ ଜଣ ଟିକା ନେଇଥିଲେ। ଯାହାକି ଏକ ରେକର୍ଡ। ବିଶ୍ବର କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଟାକାଦାନ ହୋଇନାହିଁ।

ଆମେରିକା, ବ୍ରିଟେନ, ଫ୍ରାନ୍ସରେ ଟିକାଦାନଠାରୁ ମଧ୍ୟ ଏହି ସଂଖ୍ୟା ଅଧିକ। ଟିକା ନେବା ପରେ ଦେଶରେ ବର୍ତ୍ତମାନ ସୁଦ୍ଧା ୪୪୭ ଜଣଙ୍କ ପାଖରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କାହାକୁ ଜ୍ବର କିମ୍ବା କାହାର ମୁଣ୍ଡ ବ୍ୟଥା ହୋଇଛି। ସେମାନଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.