Latest Odisha News

BREAKING NEWS

ଭଲ ଖବର: ୨୪ଘଣ୍ଟାରେ ଦେଶରୁ ୩୦ ହଜାର କରୋନା ପଜିଟିଭ୍, ଚାରି ମାସରେ ସବୁଠୁ କମ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଦେଶରୁ ଆସିଲା ଭଲ ଖବର । ଚାରି ମାସରେ ଦୈନିକ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ ହଜାର ୫୪୯ ସଂକ୍ରମିତ । ଯାହାକି ଗତ ଚାରି ମାସରେ ସବୁଠୁ କମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ଜୁଲାଇ ୧୫ ତାରିଖରେ ସବୁଠୁ କମ୍ ୯ ହଜାର ୪୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୪୫ ହଜାର ୧୨୭କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଲକ୍ଷେ ୩୦ ହଜାର ପାର କରିଛି କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୪୩୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାରରେ ପହଞ୍ଚିଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୪୭% ।

ବଢୁଛି ସୁସ୍ଥହାର । କମୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କଲେଣି ୯୩.୨୭% ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୩ ହଜାର ୮୫୧ ଜଣ । ମୋଟ୍ ସୁସ୍ଥ ସଂଖ୍ୟା ୮୨ ଲକ୍ଷ ୪୯ ହଜାର ୫୭୯କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ୍ କେସ୍ ରହିଛି ୪ ଲକ୍ଷ ୬୫ ହଜାର ୪୮୭ଟି ।

Comments are closed.