Latest Odisha News

BREAKING NEWS

କୋଭିଡ ମୃତ୍ୟୁ ଗଣିବାକୁ WHO କୁ ରୋକୁଛି ଭାରତ; ୫ ଲକ୍ଷ ନୁହେଁ ୪୦ ଲକ୍ଷ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣରେ ୫ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏହି ତଥ୍ୟ ଲେଖିଛନ୍ତି । ନ୍ୟୁୟର୍କ ଟାଇମ୍ସର ଏକ ନ୍ୟୁଜ ର ସ୍କ୍ରିନସଟ୍ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ମୋଦି କହନ୍ତିନି କି କାହାକୁ କହିବାକୁ ଦିଅନ୍ତିନି । ସିଏ ତ ଏବେ ବି କହୁଛନ୍ତି ଯେ, ଅମ୍ଲଜାନ ଅଭାବରୁ ଦେଶରେ କାହାର ମୃତ୍ୟୁ ହୋଇନି । ସରକାରୀ ଅବହେଳା ଯୋଗୁଁ ଦେଶରେ ୪୦ ଲକ୍ଷ ଲୋକ ମରିଥିବା କଥା ରାହୁଲ କହିଆସୁଥିଲେ । ରବିବାର ମଧ୍ୟ ସମାନ କଥା ଦୋହରାଇଛନ୍ତି ।

 

ମୋଦି ନିଜ ଦାୟିତ୍ୱ ତୁଲାଇ ସମସ୍ତ ମୃତକ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ନ୍ୟୁୟର୍କ ଟାଇମ୍ସରେ ଏକ ଖବର ଛପିଛି । ଯାହାକୁ ନେଇ ଭାରତ ସରକାର ବେଶ୍ ଚିନ୍ତିତ । ସେଥିରେ ଖବରର ଶୀର୍ଷକ ଅଛି, ଭାରତ WHO କୁ ପ୍ରକୃତ କୋଭିଡ ମୃତ୍ୟୁ ସଂଖ୍ୟା ପ୍ରକାଶ କରିବାକୁ ପ୍ରତିବନ୍ଧକ ସୃଷ୍ଟି କରୁଛି ।

Comments are closed.