Latest Odisha News

ପାକିସ୍ତାନକୁ ଧମକ ଦେଇ ଆଫଗାନିସ୍ତାନ କହିଲା ଆମ ଧୈର୍ଯ୍ୟ ସହ ଖେଳନି

କାବୁଲ: ପାକିସ୍ତାନକୁ ଆଜି ଆଫଗାନିସ୍ତାନ ତାଗିଦ କରି କହିଛି, ଆମ ଧୈର୍ଯ୍ୟ ପରୀକ୍ଷା କର ନାହିଁ । ସମସ୍ତ ପରିସ୍ଥ୍‌ିତିକୁ ସାମ୍ନା କରିବା ଦକ୍ଷତା ଆଫଗାନିସ୍ତାନର ରହିଛି ବୋଲି ଏହାର ସଂସ୍କୃତି ମନ୍ତ୍ରୀ ଜୁବିଉଲ ମୁଜାହିଦ କହିଛନ୍ତି । ଆଫଗାନିସ୍ତାନ ସୀମା ମଧ୍ୟରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

BjdElectrycity

ଏହି ଏୟାର ଷ୍ଟ୍ରାଇକ ପରେ ଉଭୟ ଦେଶ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଅପରପକ୍ଷରେ ପାକିସ୍ତାନ ତାର ଚରମ ବିରୋଧୀ ସଂଗଠନ ଟିଟିପି ଉପରେ ଏହି ଆକ୍ରମଣ କରିଥିଲା । ଏହା ପୂର୍ବରୁ ଗୋର୍ବେଜ ଜିଲ୍ଲାରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ରହିଥିଲା । ଟିଟିପି ମଧ୍ୟ ପାକିସ୍ତାନରେ ଲୁଚି ଛପି ଟାର୍ଗେଟ କରୁଛି ।

Leave A Reply

Your email address will not be published.