Latest Odisha News

BREAKING NEWS

୫୪ ଦିନ ପରେ ଦେଶରେ ସର୍ବନିମ୍ନ ସ୍ତରରେ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧିରେ ଧିରେ ଖସିବାରେ ଲାଗିଛି । ୫୪ ଦିନ ପରେ ଆଜି ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୭ ହଜାର ୫୧୦ ନୂଆ ଆକ୍ରାନ୍ତ । ଯାହାକି ୫୪ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । କ୍ରମାଗତ ଭାବରେ ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ।
୩ହଜାର ତଳକୁ ଖସିଲା ମୃତ୍ୟୁସଂଖ୍ୟା
ସେହିପରି ଆଜି ମୃତ୍ୟୁସଂଖ୍ୟା ୩ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ କରୋନା ନେଇଛି ୨ହଜାର ୭୯୫ ଜୀବନ । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି କମୁଛି । ପୂର୍ବରୁ ଦିନକରେ ୪ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଥିଲେ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ଲକ୍ଷ ୩୧ହଜାର ୮୯୫କୁ ବୃଦ୍ଧି ପାଇଛି ।

ସୁସ୍ଥହାର ୯୨%
ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି, ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୫୫ହଜାର ୨୮୭ ଆକ୍ରାନ୍ତ । ଏହାକୁ ମିଶାଇ ସୁସ୍ଥସଂଖ୍ୟା ୨କୋଟି ୫୯ଲକ୍ଷ ୪୭ହଜାର ପାର କରିଛି । ଦେଶରେ ସୁସ୍ଥହାର ୯୨ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦ ଲକ୍ଷ ତଳେ ଆକ୍ଟିଭ୍ କେସ୍ 
ଦେଶରେ ଖସୁଛି ପଜିଟିଭିଟି ରେଟ୍ । ସାପ୍ତାହିକ ପଜିଟିଭ୍ ହାର ୮.୬୪ ପ୍ରତିଶତ ରହିଥିବା ବେଳେ ଦୈନିକ ପଜିଟିଭିଟି ରେଟ୍ ରହିଛି ୬.୬୨କୁ ହ୍ରାସ ପାଇଛି । ଏବେ ଦେଶରେ ୧୮ଲକ୍ଷ ୯୫ହଜାର ୫୨୦କୁ ହ୍ରାସ ପାଇଛି ଆକ୍ଟିଭ୍ କେସ୍ । ୪୩ ଦିନ ପରେ ଆକ୍ଟିଭ୍ କେସ୍ ୨୦ ଲକ୍ଷ ତଳକୁ ଖସିଛି ।

Leave A Reply

Your email address will not be published.