Latest Odisha News

ଏସିଆନ ବକ୍ସିଂ ଚାମ୍ପିୟନଶିପ: ସଞ୍ଜିତଙ୍କୁ ସ୍ୱର୍ଣ୍ଣ

ଦୁବାଇ: ଚଳିତ ଏସିଆନ୍ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୯୧ କିଗ୍ରା ପୁରୁଷ ବିଭାଗ ମୁକାବିଲାରେ ସଞ୍ଜିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅମିତ ପଙ୍ଘଲ ଓ ଶିବ ଥାପ୍ପା ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏବେ ସୁଦ୍ଧା ୧୫ ପଦକ ହାତେଇ ସାରିଛନ୍ତି । ସଞ୍ଜିତ ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା କାଜାକସ୍ତାନର ବାସିଲି ଲୋଭେଟଙ୍କୁ ୪-୧ରେ ହରାଇଥିଲେ ।

ଅମିତ ୫୨ କିଗ୍ରା ବିଭାଗରେ ଉଜବେକିସ୍ତାନର ଜୋଇରାବ ଶାଖାବେଦିନଙ୍କ ନିକଟରୁ ୩-୨ରେ ଏବଂ ଶିବ ଥାପ୍ପା ମଙ୍ଗୋଲିଆର ବାତରସୁଖ ଚିନଜୋରିଗଙ୍କ ନିକଟରୁ ସମାନ ବ୍ୟବଧାନରେ ହାରିଥିଲେ ।

Leave A Reply

Your email address will not be published.