ଲଣ୍ଡନ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସନ୍ତା ବର୍ଷ ଭାରତ ସମେତ ଅନ୍ୟ ଗରିବ ଦେଶମାନଙ୍କ ପାଇଁ ୨୦୦ ମିଲିୟନ କୋଭିଡ ଟୀକା ପ୍ରସ୍ତୁତ କରିବା ନେଇ ସୂଚନା ଦେଇଛି ।
ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଏବଂ GAVI ଟିକା ମିଳିତ ଭାବେ ଫଣ୍ଡକୁ ଦୁଇଗୁଣ ବୃଦ୍ଧି କରିଥିବା କମ୍ପାନୀ ମଙ୍ଗଳବାର ସୂଚନା ଦେଇଛି ।
ଅଗଷ୍ଟରେ ସେରମ୍, GAVI ଏବଂ ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଏକ ପ୍ରାରମ୍ଭିକ ଚୁକ୍ତିନାମା ଅନୁଯାୟୀ ୧୦୦ ମିଲିୟନ୍ ଡୋଜର ମୂଲ୍ୟ ସର୍ବାଧିକ ଡୋଜ ପ୍ରତି ୩ ଡ଼ଲାର ଧାର୍ଯ୍ୟ କରାଯାଇଛି।
ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ବର୍ତ୍ତମାନ ୩୦୦ ମିଲିୟନ ଡଲାର ଅଟେ ଏବଂ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଡୋଜ ଯୋଗାଇବା ପାଇଁ ବିସ୍ତାରିତ ସହଯୋଗର ମଧ୍ୟ ଏକ ବିକଳ୍ପ ଅଛି ।
ତଥାକଥିତ COVAX ଯୋଜନା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ GAVI ଦ୍ୱାରା ମିଳିତ ହୋଇ ୨୦୨୧ ଶେଷ ସୁଦ୍ଧା ସମଗ୍ର ବିଶ୍ୱରେ ୨ ବିଲିୟନ ଟିକା ଡୋଜ ବିତରଣ କରିବାକୁ ଲକ୍ଷ୍ୟ ରଖିଛି। ଯଦିଓ ୧୫୦ ରୁ ଅଧିକ ଦେଶ ଏହି ଯୋଜନାରେ ଯୋଗ ଦେଇଛନ୍ତି କିନ୍ତୁ ଚୀନ୍ ଏବଂ ଆମେରିକା ଏଯାବତ ଏଥିରେ ଯୋଗ ଦେଇନାହାନ୍ତି ।
Comments are closed.