Latest Odisha News

BREAKING NEWS

ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ବାଂଲାଦେଶ ଗସ୍ତରେ ଯିବ । ଭାରତ ଏଠାରେ ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୭ ବର୍ଷ ପରେ ବାଂଲାଦେଶରେ ଖେଳିବ ଭାରତ । ଡିସେମ୍ବର ୪ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହାର ସମସ୍ତ ମ୍ୟାଚ ମୀରପୁରରେ ଖେଳାଯିବ । ପ୍ରଥମ ଟେଷ୍ଟ ୧୪ରୁ ଚିଟ୍ଟାଗଙ୍ଗରେ ଏବଂ ଦ୍ୱିତୀୟ ଟେଷ୍ଟ ମୀରପୁରରେ ୨୨ରୁ ଆରମ୍ଭ ହେବ । ବାଂଲାଦେଶ କ୍ରିକେଟ ବୋର୍ଡ ଭାରତ ଗସ୍ତ ନେଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଏହାର ସଭାପତି ନଜମୁଲ ହାସନ କହିଛନ୍ତି ଯେବେି ବି ଭାରତ ସହ କ୍ରିକେଟ ମ୍ୟାଚ ଖେଳାଯାଇଛି ଦର୍ଶକ ରୋମାଂଚକ ମୁକାବିଲା ଦେଖିବାକୁ ପାଇଛନ୍ତି । ଏଥର ମଧ୍ୟ ସେୟା ହେବ ।

ହାସନ ଏ ନେଇ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି । ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସିରିଜ ନେଇ ବିସିସିଆଇ ସେକ୍ରେଟାରୀ ଜୟ ଶାହା ଉଭୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦୃଷ୍ଟିକୋଣରୁ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.