Latest Odisha News

BREAKING NEWS

କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ନୂଆଦିଲ୍ଲୀ: କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକି ଦୁଇଟି ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ହେବାର ଥିଲା। ଭାରତରେ କରୋନା ସ୍ଥିତି ବିଗୁଡି ଥିବାରୁ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଅନିଚ୍ଛା ଯୋଗୁ ଏହି ନିଷ୍ପତି ନିଆଯାଇଛି ।

ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହି ମ୍ୟାଚ୍ ବିନା ଟସରେ ଶେଷ ହୋଇଥିଲା।  ଧର୍ମଶାଳା ଦିନିକିଆ ଧୋଇ ହୋଇଯିବା ପରେ ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା ଯେ ସିରିଜର ବାକି ଦୁଇଟି ଦିନିକିଆ ଖାଲି ଷ୍ଟାଡିୟମରେ ଆୟୋଜନ କରାଯିବ। କିନ୍ତୁ ଶୁକ୍ରବାର ଏହି ନିଷ୍ପତ୍ତିକୁ ବଦଳା ଯାଇଛି।

 

 

Comments are closed.