Latest Odisha News

ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଟକ୍କର; ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ଟି-୨୦ ସିରିଜରେ ନିଜ ଦବଦବା ବଜାୟ ରଖିଥିବା ବିରାଟ ବିଗ୍ରେଡ ଦିନିକିଆ ମ୍ୟାଚରେ ମଧ୍ୟ ନିଜର ବିଜୟ ଲକ୍ଷ୍ୟ ଦୋହରାଇବର ସମ୍ଭାବନା ରହିଛି । ଏହାବ୍ୟତିତ ଭାରତୀୟ କ୍ରିକେଟ୍ ଦଳ ପାଖରେ ବର୍ତ୍ତମାନ ସମୟରେ ରୋହିତ ଶର୍ମା, ଶିଖର ଧୱନ ଓ ଲୋକେଶ ରାହୁଲଙ୍କ ଭଳି ତିନିତିନି ଜଣ ପାରଙ୍ଗମ ଓପନିଂ ବ୍ୟାଟ୍ସମ୍ୟାନ୍ ଥିବା ଯୋଗୁଁ କ୍ୟାପଟେନ୍ କୋହଲି ନିଜ ସ୍ଥାନରୁ ତଳ ସ୍ଥାନରେ ଖେଳିପାରନ୍ତି ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ସିରିଜ ଜିତିବା ପାଇଁ ଜୋରଦାର ଚେଷ୍ଟା କରିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ସିରିଜ ହାତେଇବା ଲାଗି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଦାର ଯାଦବ, ମନିଷ ପାଣ୍ଡେ, ଶିଖର ଧୱନ, ଶ୍ରେୟାସ୍ ଆୟର୍‌, ରବୀନ୍ଦ୍ର ଜାଡେଜା, ଲୋକେଶ ରାହୁଲ, ଋଷଭ ପନ୍ଥ, ଯଶପ୍ରିତ ବୁମରାହ, ମହମ୍ମଦ ସାମୀ, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ୍ ।

Leave A Reply

Your email address will not be published.