ଦୁବାଇ: ଫେବୃୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚ କରାଚୀରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହା ପରଦିନ ଭାରତ ତାର ଅଭିଯାନ ବାଂଲାଦେଶ ବିପକ୍ଷରେ ଆରମ୍ଭ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏଥର ଟାଇଟଲ ଦୌଡରେ ଆଗରେ ରହିଛି । ବାଂଲାଦେଶ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଥିବାରୁ ଏହାକୁ ବଜାୟ ରଖିବା ପାଇଁ ଦଳ ଚାହିଁବ । ଆସନ୍ତୁ ନଜର ପକାଇବା ଭାରତ ଓ ବାଂଲାଦେଶ ମୁକାବିଲା ଉପରେ.. । ଦିନିକିଆ କ୍ରିକେଟରେ ଉଭୟ ଦେଶ ପରସ୍ପର ବିରୋଧରେ ୪୧ଟି ମ୍ୟାଚ ଖେଳିଛନ୍ତି । ଭାରତ ୩୨ ଓ ବାଂଲାଦେଶ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ଗୋଟିଏ ମ୍ୟାଚ ଫଳାଫଳ ଶୂନ୍ୟ ରହିଛି ।
ଘରୋଇ ପରିବେଶରେ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଛି । ସେହିପରି ବାଂଲାଦେଶ ମଧ୍ୟ ଘରେ ୮ଟି ମ୍ୟାଚ ଜିତିଛି । ନିରପେକ୍ଷ ସ୍ଥାନରେ ୧୦ଟି ମ୍ୟାଚ ଖେଳାଯାଇଛି । ଭାରତ ୮ ଓ ବାଂଲାଦେଶ ୨ରେ ବିଜୟୀ ହୋଇଛନ୍ତି । ସେହିପରି ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଉଭୟ ଦେଶ ମଧ୍ୟରେ ଗୋଟିଏ ମାତ୍ର ମ୍ୟାଚ ଖେଳାଯାଇଛି । ଏଥିରେ ଭାରତ ବିଜୟ ହାସଲ କରିଛି । ଫର୍ମ, ଫିଟନେସ ଓ ଓଭରାଲ ରେକର୍ଡରେ ଭାରତ ପଲା ଭାରି ରହିଛି । ଫଳରେ ଟିମ ଇଣ୍ଡିଆ ବିପକ୍ଷ ମୁକାବିଲାରେ ବାଂଲାଦେଶ କିଛି ମାତ୍ରାରେ ଚାପରେ ରହିବ ବୋଲି ଅନୁମାନ କରାଯାଉଛି ।
Comments are closed.