ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଜି ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି । ତେବେ ବାଂଲାଦେଶ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଟିମ୍ ଇଣ୍ଡିଆର ଦମଦାର୍ ବୋଲିଂରେ ୧୦ ଓଭର ସୁଦ୍ଧା ୫ ଓ୍ବିକେଟ ହରାଇଛି ବାଂଲା ଦଳ ।
Our Playing XI for #BANvIND
Updates
https://t.co/ggnxmdG0VK#TeamIndia |#ChampionsTrophy pic.twitter.com/pKwRfCt2MR
— BCCI (@BCCI) February 20, 2025
ମହମ୍ମଦ ଶାମି ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ ହାସଲ କରିଥିବା ବେଳେ ହର୍ଷିତ ରାଣା ଗୋଟିଏ ଓ୍ବିକେଟ ନେଇଛନ୍ତି ।
ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, କୁଲଦୀପ ଯାଦବ।
ବାଂଲାଦେଶର ପ୍ଲେଇଂ ଏକାଦଶ: ତାନଜିଦ ହାସନ, ସୌମ୍ୟ ସରକାର, ନଜମୁଲ ହୋସେନ ଶାନ୍ତୋ (ଅଧିନାୟକ), ତୌହିଦ ହୃଦୟ, ମୁସଫିକର ରହମାନ (ୱିକେଟକିପର), ମେହେଦି ହାସନ ମିରାଜ, ଜାକେର ଅଲି, ରିଶାଦ ହୋସେନ, ତାନଜିମ ହାସନ ସକିବ, ତସକିନ ଅହମ୍ମଦ, ମୁସ୍ତଫିଜୁର ରହମାନ।
Comments are closed.