Latest Odisha News

BREAKING NEWS

Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …

ଚେନ୍ନାଇ:ରୋମାଞ୍ଚକର ବିଜୟ ପରେ ସେମିଫାଇନାଲରେ ସ୍ଥାନ ପକ୍କା କଲା ଭାରତୀୟ ହକି ଦଳ । ଜୁନିଅର ପୁରୁଷ ହକି ବିଶ୍ୱକପର ଆୟୋଜକ ଦଳ ଭାରତ, ବେଲଜିୟମକୁ ସୁଟଆଉଟରେ ପରାସ୍ତ କରି ଟପ୍-4ରେ ପ୍ରବେଶ କରିଛି । ରବିବାର(ଡିସେମ୍ବର ୭) ସାତ ଥର ଚାମ୍ପିଅନ ଜର୍ମାନୀ ବିପକ୍ଷରେ ସେମିଫାଇନାଲ ମୁକାବିଲା କରିବ ଭାରତୀୟ ଦଳ । ଚେନ୍ନାଇରେ ଚାଲିଥିବା FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ରେ କ୍ୱାର୍ଟରଫାଇନାଲ ମୁକାବିଲାରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ବେଲଜିୟମକୁ 2-2 (4-3 SO) ଗୋଲରେ ପରାସ୍ତ କରି ବଜାୟ ହାସଲ କରିଛି ।

ପ୍ରିନ୍ସଦୀପ ସିଂହ ପ୍ଲେୟାର ଅଫ ଦି ମ୍ୟାଚ୍‌ ହୋଇଛନ୍ତି ।


ଶୁକ୍ରବାର ଦିନ କ୍ୱାର୍ଟରଫାଇନାଲ ମ୍ୟାଚରେ ଭାରତ ପାଇଁ ଶାରଦା ନନ୍ଦ ତିୱାରୀ(Sharda Nand Tiwari) ଏବଂ ଅଧିନାୟକ ରୋହିତ ଗୋଲ ଦେଇଥିଲେ। ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୨-୨ରେ ବରାବର ଶେଷ ହୋଇଥିଲା। ଗୋଲକିପର ପ୍ରିନ୍ସଦୀପ ସୁଟଆଉଟରେ ଦୁଇଟି ସେଭ୍ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ।

FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ତାମିଲନାଡୁ ୨୦୨୫ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ JioHotstar ରେ ଦେଖିପାରିବେ ହକି ପ୍ରେମୀ ।

Leave A Reply

Your email address will not be published.