କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅତିଥି ଦଳ ଇଂଲଣ୍ଡ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ମେନ ଇନ ବ୍ଲୁ । ଡାହଣ ଆଂଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ କୋହଲି ପ୍ରଥମ ଦିନିକିଆରୁ ଓହରି ଯାଇଥିଲେ । କିନ୍ତୁ ସୁସ୍ଥ ହୋଇ ବିରାଟ କୋହଲି ଆଜି ଗ୍ରାଉଣ୍ଡକୁ ଓହ୍ଲେଇଛନ୍ତି । ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ ।
https://x.com/BCCI/status/1888491865487630346
ସେହିପରି ଇଂଲଣ୍ଡ ଦଳରେ ତିନୋଟି ପରିବର୍ତ୍ତନ ହୋଇଛି ;ମାର୍କ ଉଡ୍, ଗୁସ୍ ଆଟକିନ୍ସନ୍ ଏବଂ ଜାମି ଓଭରଟନ୍ ଏକାଦଶରେ ପ୍ରବେଶ କରିଛନ୍ତି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଉଛି। ଏହାର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇଛି ।
https://x.com/BCCI/status/1888493667113136225
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର , ଶୁଭମନ ଗିଲ, କେଏଲ ରାହୁଲ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଓ ମହମ୍ମଦ ସାମି ।
ଇଂଲଣ୍ଡ ଦଳ: ବେନ୍ ଡକେଟ୍, ଫିଲିପ୍ ସଲ୍ଟ (ଓ୍ବିକେଟ କିପର), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜାମି ଓଭରଟନ୍ , ଗୁସ୍ ଆଟକିନ୍ସନ୍ ,ମାର୍କ ଉଡ୍ , ସାକିବ ମହମୁଦ,ଅଦିଲ ରସିଦ
Comments are closed.