Latest Odisha News

BREAKING NEWS

ବାରବାଟୀ ଫାଇଟ୍: ମ୍ୟାଚ୍‌ ସହ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ, ୪ ଓ୍ୱିକେଟ୍‌ରେ ଇଂଲଣ୍ଡକୁ କଲା ପରାସ୍ତ

କଟକ: ବାରବାଟିରେ ଭାରତର ବଡ଼ ବିଜୟ । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ଭାରତ ୪ ୱିକେଟ୍‌ରେ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା । ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ ।

ଆରମ୍ଭରୁ ହିଁ ଆଟାକିଂ ମୁଡ୍‌ରେ ଥିଲେ ହିଟ୍‌ ମ୍ୟାନ୍ ରୋହତ ଶର୍ମା । ସେ ୯୦ ବଲ୍‌ରେ ୮ ଛକ୍କା ଓ ୧୨ ଚୌକା ମାରି ୧୧୯ ରନ୍ ସ୍କୋର୍ କରିଛନ୍ତି । ଯାହା ଆଜିର ଟିମ୍ କୁ ଜିତାଇବାରେ ବଳ ଯାଗାଇଛି । ରୋହିତଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଦର୍ଶକମାନ ଭରପୁର ଉପଭୋଗ କରିଥିଲେ । ଅନ୍ୟପଟେ ଶୁଭମନ ଗିଲ ଅର୍ଦ୍ଧଶତକ କରି ଆଉଟ ହୋଇଯାଇଥିଲେ । ସେ ୫୨ ବଲରେ ୬ ଚଉକା ଓ ଗୋଟିଏ ଛକା ସହ ୬୦ ରନ କରିଥିଲେ ।

ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ସଫଳତମ ବୋଲର ଭାବରେ ଜାଡେଜା ୩ ୱିକେଟ ନେଇଥିବାବେଳେ, ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ ।

ସେହିପରି ବିପକ୍ଷ ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ ।

Comments are closed.