Latest Odisha News

BREAKING NEWS

ଓଡ଼ିଶାରେ ୪୫ ଦିନରେ ଦିଆଯାଇଛି ୧୦ ଲକ୍ଷ ଡୋଜରୁ ଅଧିକ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ । ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୧୦ ଲକ୍ଷ ଡୋଜରୁ ଅଧିକ ଟିକା । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ୱାର୍କର୍ସ ଓ ବରିଷ୍ଠ ନାଗରିକଙ୍କୁ ପର୍ୟ୍ୟାୟ କ୍ରମେ ଟିକାକରଣ ହୋଇଛି । ମାତ୍ର ୪୫ ଦିନ ଭିତରେ ୧୦ ଲକ୍ଷ କୋଭିଡ୍ ଟିକା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । ପ୍ରଥମ ୫ ଲକ୍ଷ ଡୋଜ୍ ଟିକା ଦେବାକୁ ୩୦ ଦିନ ସମୟ ଲାଗିଥିଲା । ପରବର୍ତ୍ତୀ ୫ ଲକ୍ଷ ଡୋଜ୍ ମାତ୍ର ୧୫ ଦିନ ଭିତରେ ଦିଆଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ୬୦ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ୪୫କୁ ୫୯ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି ।

ଏଣିକି ଦିନକୁ ଲକ୍ଷେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିପାଇଁ ରାଜ୍ୟରେ ପହଞ୍ଚିଛି ୯ଲକ୍ଷ ୪ହଜାର ୧୮୦ ଡୋଜ୍ କୋଭିସିଲ୍ଡ ଭ୍ୟାକସିନ୍ । ଦିନକୁ ଟିକାକରଣ କ୍ଷମତାକୁ ଲକ୍ଷେକୁ ବୃଦ୍ଧି କରିବା ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.