Latest Odisha News

BREAKING NEWS

ଆଉ କିଛି ଘଂଟା ପରେ ମହା ମୁକାବିଲା

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହା ମୁକାବିଲା ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ପାକିସ୍ତାନ ପାଇଁ ଏହି ମୁକାବିଲାରେ ବିଜୟୀ ହେବା ଜରୁରୀ ହୋଇ ପଡିଛି । ବିଶ୍ୱ କ୍ରିକେଟର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁକାବିଲା ସର୍ବଦା ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ ।

ଦିନିକିଆ ଭାରତ-ପାକ ରେକର୍ଡ: ଦିନିକିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩୫ ମ୍ୟାଚ ଖେଳାଯାଇଛି । ପାକିସ୍ତାନ ୭୩ ଏବଂ ଭାରତ ୫୬ ମ୍ୟାଚରେ ବିଜୟୀ ହୋଇଛନ୍ତି । ୬ଟି ମ୍ୟାଚର ଫଳାଫଳ ବାହାରି ନାହିଁ ।
ଚାମ୍ପିୟନ୍ସ ଟ୍ରଫିରେ ଉଭୟ ଟିମର ରେକର୍ଡ: ଚାମ୍ପିୟନ୍ସ ଟ୍ରଫିରେ ଉଭୟ ଦେଶ ପରସ୍ପର ବିରୋଧରେ ୫ଟି ମ୍ୟାଚ ଖେଳିଛନ୍ତି । ପାକିସ୍ତାନ ୩ଟି ଏବଂ ଭାରତ ୨ଟିରେ ବିଜୟୀ ହୋଇଛନ୍ତି । ୨୦୧୭ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

ଦୁବାଇରେ ପ୍ରଦର୍ଶନ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଉଭୟ ଦେଶ ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି । ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ଦୁବାଇରେ ଭାରତ ଓଭରାଲ ୭ଟି ମ୍ୟାଚ ଖେଳି ୬ରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି ।
ଆଇସିସି ଇଭେଂଟରେ ଉଭୟ ଟିମର ପ୍ରଦର୍ଶନ: ଦିନିକିଆ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ୮ଟି ମ୍ୟାଚ ଖେଳାଯାଇଛି । ଭାରତ ଏକତରଫା ଭାବେ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ୩ ଓ ଭାରତ ୨ ମ୍ୟାଚରେ ଜିତିଛି । ଏହା ବ୍ୟତୀତ ଟି୨୦ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ୮ଟି ମ୍ୟାଚ ଖେଳାଯାଇଛି । ଭାରତ ୬ ଓ ପାକିସ୍ତାନ ୧ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନାହିଁ ।

Comments are closed.