ଭୁବନେଶ୍ବର: ଇନଷ୍ଟାଗ୍ରାମ କ୍ରିଏଟରଙ୍କ ପାଇଁ ରୋଜଗାରର ଏକ ନୂତନ ଉପାୟ ଉପସ୍ଥାପନ କରିଛି, ଯାହାକୁ “ଟେଷ୍ଟିମୋନିଆଲ” କୁହାଯାଉଛି | ସହଭାଗୀତା ବିଜ୍ଞାପନର ଏହା ଏକ ନୂତନ ରୂପ, ଯେଉଁଠାରେ କୌଣସି ଏକ ବ୍ରାଣ୍ଡ କୌଣସି କ୍ରିଏଟର ସହ ମିଶି ନିଜର ପ୍ରଡକ୍ଟ କିମ୍ବା ସର୍ଭିସକୁ ପ୍ରମୋଟ କରେ । ଏହା ଏକ ନୂତନ ପ୍ରକାରର ସହଭାଗୀତା ବିଜ୍ଞାପନ, ଯାହା କେବଳ ଟେକ୍ସଟ୍ ଧାରଣ କରିବ । ଅର୍ଥାତ ଏକ ପ୍ରଡକ୍ଟର ପ୍ରମୋସନ ପାଇଁ କ୍ରିଏଟରଙ୍କୁ ଭିଡିଓ ବଦଳରେ କେବଳ ଏକ ପାଠ୍ୟ ବାର୍ତ୍ତା ଲେଖିବାକୁ ପଡିବ, ଯାହା ଭିଡିଓର କମେଣ୍ଟ ସେକ୍ସନର ଶୀର୍ଷରେ ଦେଖାଯିବ ।
ମେଟା ଦ୍ବାରା ପ୍ରକାଶିତ ଏକ ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଟେଷ୍ଟିମୋନିଆଲ୍ ହେଉଛି ଏକ ନୂତନ ସହଭାଗୀତା ବିଜ୍ଞାପନ ଫର୍ମାଟ୍ ଯାହା କେବଳ ଟେକସ୍ଟ ((Text)) ପାଇଁ ନିର୍ମିତ । ଏହା ଛୋଟ ଟେକସ୍ଟରେ ଏବଂ ୧୨୫ ଅକ୍ଷରରୁ କମ୍ ଟେକସ୍ଟରେ ବ୍ରାଣ୍ଡ୍ ପ୍ରମୋସନର ଅନୁମତି ଦିଏ ।
କ୍ରିଏଟରମାନେ ଏକ ବ୍ରାଣ୍ଡ ପାଇଁ ଏକ ଛୋଟ ପ୍ରମୋସନାଲ ବାର୍ତ୍ତା ଲେଖିପାରିବେ, ଯାହା ପରେ ସମ୍ପୃକ୍ତ ବିଜ୍ଞାପନ ସହିତ ଲିଙ୍କ୍ ହେବ । ଏହି ବିଜ୍ଞାପନ ପ୍ରାୟୋଜିତ(Sponsored) ଟ୍ୟାଗ୍ ସହିତ ସେହି ପୋଷ୍ଟର ଶୀର୍ଷରେ ପିନ୍ ହୋଇଯିବ, ଯାହାଫଳରେ ସେମାନେ ନିଜକୁ ପେଡ୍ ପ୍ରୋମୋଟର୍ ଭାବରେ ପରିଚିତ କରିପାରିବେ ।
ଏହି ପଦକ୍ଷେପ ପଛରେ କାରଣ କ’ଣ? ମେଟା ଦାବି କରିଛି ଯେ, ଇନଷ୍ଟାଗ୍ରାମର ୪୦ ପ୍ରତିଶତ ଉପଭୋକ୍ତା ସପିଂ କରିବା ସମୟରେ କ୍ରିଏଟରଙ୍କ ଦ୍ବାରା କୁହାଯାଇଥିବା ପ୍ରଡକ୍ଟକୁ ବିଚାରକୁ ନେଉଛନ୍ତି ଓ କିଣୁଛନ୍ତି । ଏହି କାରଣରୁ, ଇନଷ୍ଟାଗ୍ରାମରେ କ୍ରିଏଟରମାନେ ବ୍ରାଣ୍ଡ ସହ ବିଜ୍ଞାପନ ସହଭାଗୀ ହେବା ପାଇଁ ମେଟା ଏକ ନୂତନ ଉପାୟ ଆରମ୍ଭ କରିଛି । କୁହାଯାଉଛି, ସହଭାଗୀତା ବିଜ୍ଞାପନ ସହିତ, କ୍ରିଏଟରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କର ପ୍ରସାର ବଢାଇବା ସହ ଅଧିକ ଅର୍ଥ ଆଦାୟ କରି ପାରିବେ ।
Comments are closed.