Latest Odisha News

ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆସନ୍ତା ୨୧ରେ ଭାରତ ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତା ୨୧ରେ ଭାରତ ବନ୍ଦ । ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ କିପରି ସଫଳ କରାଯିବ ସେନେଇ ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି ।

ତେବେ ଡ. ଭୀମରାଓ ଆମ୍ବେଦକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତମାନଙ୍କୁ ଯେଉଁ ଅଧିକାର ଦେଉଛନ୍ତି, ସେଥିରେ ହସ୍ତକ୍ଷେପ କରି କୌଣସି ପ୍ରକାର ପରିବର୍ତ୍ତନ କରାଯିବା ଅନୁଚିତ୍ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକକୁ ସତ୍ୟେନ୍ଦ୍ର ପାସଓ୍ବାନ ବୈଠକ ସଞ୍ଚାଳନ କରିଥିବାବେଳେ, ଏଥିରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ପୂର୍ବାଞ୍ଚଳ ପ୍ରମୁଖ ରାଜେନ୍ଦ୍ର ପ୍ରସାଦଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

ତେବେ ବନ୍ଦ ପୂର୍ବରୁ ୨୦ ତାରିଖ ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବ ।

Comments are closed.