ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଶନିବାର ଟି୨୦ ବିଶ୍ୱକପ ଖେଳିବା ପାଇଁ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଶଂସକମାନେ ବାଜା ବଜାଇବା ସହ ତିଳକ ଲଗାଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଟିମ ଗତ ବର୍ଷ ପ୍ରଥମ ଥର ପାଇଁ ଦିିନିକିଆ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ମାର୍ଚ୍ଚ ୨୮ରୁ ଏହି ସିରିଜ ଆରମ୍ଭ ହେବ ।
ବିଶ୍ୱକପରେ ଭାରତ ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୪ ଜୁନରେ ଭେଟିବ । ଏହି ମ୍ୟାଚ ଏଜବେଷ୍ଟନରେ ଖେଳାଯିବ । ୧୨ ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଏଁ ଟିମ ସେମି ଫାଇନାଲରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ଟାଇଟଲ ହାସଲ କରିଛି ।
ଭାରତୀୟ ଟିମ: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ରୁଜ, ଦୀପ୍ତି ଶର୍ମା, ରିଚା ଘୋଷ, ଭାରତୀ ଫୁଲମାଲି, ଶ୍ରୀଚରଣୀ, ୟାସ୍ତିକା ଭାଟିଆ, ନନ୍ଦନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ, ରେଣୁକା ସିଂ ଠାକୁର,ଶ୍ରେୟାଙ୍କ ପାଟିଲ ଓ ରାଧା ଯାଦବ ।